Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଏସିଆ କପରୁ ଓହରିଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଆଗାମୀ ଏସିଆ କପରୁ ଓହରି ଯାଇଛନ୍ତି । ସେ ପିଠି ଆଘାତ ସମସ୍ୟାରେ ପଡିଛନ୍ତି ଏବଂ ଏହା ଭଲ ହେବାକୁ କିଛି ଦିନ ସମୟ ଲାଗିବ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଓହରିବା କଥା ଘୋଷଣା କରାଯାଇ ନ ଥିଲେ ମଧ୍ୟ ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଟି୨୦ ବିଶ୍ୱକପରେ ଆମକୁ ବୁମରାହଙ୍କ ଆବଶ୍ୟକତା ରହିଛି । ସେଥିପାଇଁ କୌଣସି ପ୍ରକାରର ରିସ୍କ ଆମେ ନେବାକୁ ଚାହୁଁ ନାହୁଁ ବୋଲି ଅଧିକାରୀଜଣଙ୍କ କହିଛନ୍ତି । ଏସିଆ କପ ଏଥର ଟି୨୦ ଫର୍ମାଟରେ ଖେଳାଯିବ । ଜାତୀୟ କ୍ରିକେଟ ଏକାଡେମୀରେ ବୁମରାହ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ । ବୁମରାହ ଏବେ ଆମେରିକାରେ ପରିବାରଙ୍କ ସହ ସମୟ କାଟୁଛନ୍ତ ।

Leave A Reply

Your email address will not be published.