Latest Odisha News

BREAKING NEWS

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦିନ ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଯିବ ବୋଲି ଜଣାପଡ଼ିଛି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହି ସମୟରେ ବୈଠକ ବସୁଥିବାରୁ ନୂଆ ବର୍ଷ ଓ ପଞ୍ଚାୟତ ନିର୍ବାଚନ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି ।

ପୂର୍ବରୁ ଗତ ୨୦ ଓ ୨୩ତାରିଖରେ କ୍ୟାବିନେଟ୍ ବୈଠକ ବସିଥିଲା । ଆଜିର ବୈଠକରେ ଜାଗା ମିସନ୍ ଉପରେ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇପାରେ ।

Leave A Reply

Your email address will not be published.