ଭୁବନେଶ୍ୱର:ଆଜି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏହି ବୈଠକ ବସିବ। ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଲୋଚନା କରାଯିବାର ପୂର୍ବ ସୂଚନା ରହିଛି।ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର କିଛି ନୂଆ ଯୋଜନା ଘୋଷଣା କରିବା ସମ୍ଭାବନା ରହିଛି। ଏଥିସହିତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଡର ପୁନର୍ଗଠନ ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ। ଏହି ବୈଠକରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା, ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମିଶନ ଶକ୍ତି, ଶିଳ୍ପ , ସାଧାରଣ ପ୍ରଶାସନ ଆଦି ବିଭାଗର ପ୍ରାୟ ୧୬ଟି ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି। ତେବେ କ୍ୟାବିନେଟକୁ ଆସିବାକୁ ଥିବା ଏଜେଣ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି।
BREAKING NEWS
- ଶୀତରେ ଗାଧୋଇବାକୁ ମନା କରିବା ମଧ୍ୟ ଏକ ରୋଗର ଲକ୍ଷଣ, ଜାଣନ୍ତୁ ଏହାର ପ୍ରତିକାର..
- ମଦ ଦୁର୍ନୀତି ମାମଲା; କେଜରିୱାଲଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
- କଟିଲେ ୫ କୋଟିରୁ ଅଧିକ ଭୂତ ରାସନ୍ ହିତାଧିକାରୀ
- ଦଳର ଦମ୍ଭୋକ୍ତି ଭାଙ୍ଗିଲେ ବଦ୍ରି, କହିଲେ..ଅବାସ୍ତବ କଥା
- ଗୌତମ ଆଦାନୀଙ୍କୁ ଗିରଫ କରାଯାଉ: ରାହୁଲ
- ‘ମୁଫାସା: ଦ ଲାୟନ କିଙ୍ଗ’ର ଟ୍ରେଲରରେ ଶାହରୁଖ ଓ ପୁଅ…
- ମହୋଦଧିରେ କୌଶଳ ଦେଖାଇବେ ନୌସେନା: ଜାରି ହେବ କଟକଣା
- ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି
- ଆତଙ୍କବାଦୀ ଛାନିଆ: ଏକାଧିକ ସ୍ଥାନରେ ଏନଆଇଏର ଚଢାଉ
- ରାସ୍ତାପାର ହେବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍
Comments are closed.