ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପରେ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ମୋଦିଙ୍କ ମନ୍ତ୍ରୀମାନେ ରାମ୍ପରେ ଚାଲୁଥିବାର ଦେଖିବାକୁ ମିଳିଥିଲା । ମୋଦି ସରକାରରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ଚାଲୁଥିବାର ଦେଖିବାକୁ ମିଳିଛି ।
ଉଭୟଙ୍କୁ ବହୁତ ଷ୍ଟାଇଲିସ୍ ଅନ୍ଦାଜରେ ରାମ୍ପ ଉପରେ ଚାଲୁଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ଏକ ଫ୍ୟାଶନେବଲ୍ କ୍ରିମ୍ ରଙ୍ଗର କୋଟ୍ ପିନ୍ଧିଥିଲେ । ବେକରେ ଏକ ଲାଲ ରଙ୍ଗର ସ୍କାର୍ପ ଥିଲା । ଏଥିସହିତ ସୁକାନ୍ତ ମଜୁମଦାର ମଧ୍ୟ କ୍ରିମ ରଙ୍ଗର କୋଟରେ ଥିଲେ । ବେକରେ ଏକ ଲାଲ ରଙ୍ଗର ମଫଲର ଗୁଡାଇଥିଲେ ।
ଏହି ସ୍ୱତନ୍ତ୍ର ଫ୍ୟାଶନ ସୋ ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସିନ୍ଦିଆ ଲେଖିଛନ୍ତି, ବାସ୍ତବରେ ଏହା ସଂସ୍କୃତି ଏବଂ ସୃଜନଶୀଳତାର ଉତ୍ସବ । ଉତ୍ତର ପୂର୍ବ ଭାରତର ଚିତ୍ତାକର୍ଷକ ଶୈଳୀ ପ୍ରଦର୍ଶନ କରୁଥିବା ଫ୍ୟାଶନ ସୋ’ରେ ଏକ ସୁନ୍ଦର ସମୟ ଥିଲା । ପ୍ରତ୍ୟେକ ରାଜ୍ୟକୁ ଦକ୍ଷ କଳାକାର ଏବଂ ମଡେଲମାନଙ୍କ ଦ୍ବାରା ସୁନ୍ଦର ଭାବରେ ପ୍ରତିନିଧିତ୍ୱ କରାଯାଇଥିଲା । ମୋର ସହକର୍ମୀ ସୁକାନ୍ତ ମଜୁମଦାରଙ୍କ ସହ ଏହି କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି ।
Truly a celebration of culture and creativity!
Had an amazing time at the fashion show showcasing the vibrant styles of Northeast India! Each state was beautifully represented by talented artists and models. Honoured to be part of the event with my colleague Sh @DrSukantaBJP… pic.twitter.com/eyj39NSvTm
— Jyotiraditya M. Scindia (@JM_Scindia) December 7, 2024
ଏହି ପରି ରାମ୍ପରେ ପିଏମ ମୋଦିଙ୍କ ମନ୍ତ୍ରୀଙ୍କ ଚାଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଉପଭୋକ୍ତାମାନେ ଉଭୟ ନେତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ଜଣେ ୟୁଜର କହିଛନ୍ତି, ‘ଓ୍ବାହ! ନେତାମାନେ ମଧ୍ୟ ଏହିପରି ହେବା ଉଚିତ୍, ଯିଏ ବଲିଉଡ ତାରକାମାନଙ୍କ ସହିତ ଟକ୍କର ଦେଇପାରିବ ।
#WATCH | Delhi | Union Minister Jyotiraditya Scindia, along with MoS Sukanta Majumdar walked the ramp at the Ashtalakshmi Mahotsav fashion show, at Bharat Mandapam.
(Source: Office of Jyotiraditya Scindia) pic.twitter.com/xO7F4o51d2
— ANI (@ANI) December 7, 2024
Comments are closed.