Latest Odisha News

BREAKING NEWS

ଓଡିଶା ସମେତ ୯ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ଭୁବନେଶ୍ୱର: ଦେଶର ସର୍ବାଧିକ ପ୍ରଭାବିତ ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।

ଏହି ଉଚ୍ଚସ୍ତରୀୟ ଭର୍ଚୁଆଲ୍ ସମୀକ୍ଷା ବୈଠକରେ କ୍ୟାବିନେଟ୍ ସିଚିବ ଅଧ୍ୟକ୍ଷତା କରିଥିବା ବେଳେ ଦେଶ ସର୍ବାଧିକ କରୋନା ସଂକ୍ରମିତ ନଅଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବମାନେ ଯୋଗ ଦେଇଥିଲେ । ଏହି ରାଜ୍ୟମାନେ ହେଲେ ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଓ ଆସାମ ।

ବୈଠକରେ ଏହି ନଅ ରାଜ୍ୟର ସରକାରଙ୍କୁ ଅଧିକରୁ ଅଧିକର ନମୁନା ପରୀକ୍ଷା ପାଇଁ କୁହାଯାଇଛି । ଏଥି ସହ କଣ୍ଟେନମେଣ୍ଟ ଜୋନର ତୁରନ୍ତ ଏବଂ ଉପଯୁକ୍ତ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ଉପରେ ଗୁରୁତ୍ୱ ଦିଆଯାଇଥିଲା । କଣ୍ଟେନମେଣ୍ଟ ନିୟମକୁ ବିଧିବଦ୍ଧ ତଥା କଡ଼ାକଡ଼ି ଭାବେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିକିତ୍ସା ବ୍ୟବସ୍ଥା ବୃଦ୍ଧି ଏବଂ ସଫଳ କ୍ଲିନିକାଲ୍ ପରିଚାଳନା ନିମନ୍ତେ ମଧ୍ୟ ସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.