Latest Odisha News

BREAKING NEWS

ଅଧିକ ସଂକ୍ରମିତ ୧୧ ରାଜ୍ୟ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ଦେଶରେ ଏବେ କରେନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଛି । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ ପାର କରୁଛି । ବିଭିନ୍ନ ରାଜ୍ୟରେ ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଆଜି ଅଧିକ ସଂକ୍ରମିତ ୧୧ଟି ରାଜ୍ୟ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ କ୍ୟାବିନେଟ୍ ସଚିବ । ସେସବୁ ରାଜ୍ୟରେ କୋଭିଡ୍ ସ୍ଥିତି ବାବଦରେ ସମୀକ୍ଷା କରିବେ । କରୋନା ମୁକାବିଲା ଦିଗରେ ଆଗାମୀ ରଣନୀତି ନେଇ ରାଜ୍ୟଗୁଡ଼ିକ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ କ୍ୟାବିନେଟ ସଚିବ । ଭିଡିଓ କନଫରେନସିଂରେ ସେସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଏହି ବୈଠକ ବସିବ ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ନୂଆ ଆକ୍ରାନ୍ତ । ଦୈନିକ ମୃତ୍ୟୁସଂଖ୍ୟା ବି ପାଖାପାଖି ପାଞ୍ଚ ଶହ ହେଲାଣି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ଉପରମୁହାଁ ହେଲାଣି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ । ଛତିଶଗଡ଼ରେ ମହାମାରୀ ମାଡୁଥିବା ବେଳେ ବିଭିନ୍ନ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ପାର କଲାଣି ।

Leave A Reply

Your email address will not be published.