Latest Odisha News

ତାଇୱାନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ, ୩୬ ମୃତ

ତାଇପେ: ତାଇୱାନର ତାଇପେରୁ ତାଇତଙ୍ଗ ଯାଉଥିବା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ଟନେଲ ମଧ୍ୟରେ ଟ୍ରେନଟି ଟ୍ରାକରୁ ଖସି ଯାଇଥିଲା ।

ଟ୍ରେନଟି ଏକାଧିକ ପର୍ଯ୍ୟଟକଙ୍କୁ ନେଇ ତାଇତଙ୍ଗ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଟ୍ରେନରେ ପ୍ରାୟ ୩୫୦ ଜଣ ପର୍ଯ୍ୟଟକ ଥିଲେ ବୋଲି ସ୍ଥାନୀୟ ଅଗ୍ନିଶମ ବାହିନୀ ସୂଚନା ଦେଇଛି । ଟ୍ରେନର ପ୍ରଥମ ୪ଟି ବଗିରୁ ୮୦ରୁ ୧୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୫ଟି ବଗିରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

୨୦୧୮ ମସିହାରେ ଉତ୍ତର-ପୂର୍ବ ତାଇୱାନରେ ଟ୍ରନ୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୫ ଜଣ ଆହତ ହୋଇଥିଲେ । ଏହାପୂର୍ବରୁ ୧୯୮୧ ମସିହାରେ ଉତ୍ତର ତାଇୱାନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.