Latest Odisha News

BREAKING NEWS

ଡାକ୍ତରଖାନା ଅବ୍ୟବସ୍ଥା, ଜୀବନ ହାରିଲା ରୋଗୀ

ବାଲେଶ୍ବର: ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତରଖାନା ଯାଇଥିଲେ । ହେଲେ ଜଣା ନଥିଲ ସେଠି ହିଁ ଜଗି ବସିଥିଲା ଯମ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ମେଡିକାଲରୁ । ମୃତକ ଜଣଙ୍କ ହେଉଛନ୍ତି ଆମ୍ବଝର ଗାଁର କରଣ ସିଂ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କରଣ ୫ ଦିନ ତଳେ ଅସୁସ୍ଥତା ଯୋଗୁଁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସା ପରେ ସେ ଧିରେ ଧିରେ ସୁସ୍ଥ ବି ହୋଇଆସୁଥିଲେ । ଆଉ ଦିନ କେଇଟାରେ ଘରକୁ ଫେରିଥାନ୍ତେ । ହେଲେ ଭାଗ୍ୟ ସାଥ୍ ଦେଲାନି । ଡାକ୍ତରଖାନାରେ ତାଙ୍କ ଓ୍ବାର୍ଡର ବାଥରୁମ ଅପରିଷ୍କାର ଥିବା ବେଳେ ସେ ଅଡ଼୍ୟ ଏକ ବାଥରୁମକୁ ଯାଇଥିବାବେଳେ ଡାକ୍ତରଖାନା ପରିସରରେ ପଡିଥିବା କେବୁଲ ତାର ସଂସ୍ପର୍ଶରେ ଆସି ଏଭଳି ଅଘଟଣ ଘଟିଥିଲା ।

Comments are closed.