Latest Odisha News

BREAKING NEWS

ଭାରତରେ ବ୍ୟବହୃତ ସମସ୍ତ କ୍ୟାଡ୍‌ବରୀ ପ୍ରଡକ୍ଟ ୧୦୦ ପ୍ରତିଶତ ଶାକାହାରୀ

ନୂଆଦିଲ୍ଲୀ: ଡାଏରୀ ମିଲ୍କ ଚକୋଲେଟ୍ ନିର୍ମାତା କ୍ୟାଡବରୀ ଏକ ସ୍ପଷ୍ଟୀକରଣ ଜାରି କରିଛି ଯେ ଭାରତରେ ପ୍ରସ୍ତୁତ ହେଉଥିବା କୌଣସି ଡାଏରୀ ଉତ୍ପାଦରେ କମ୍ପାନୀ ଗୋମାଂସ ବ୍ୟବହାର କରୁନାହିଁ। ଭାରତରେ ପ୍ରସ୍ତୁତ ହେଉଥିବା ସମସ୍ତ ଡାଏରୀ ପ୍ରଡକ୍ଟ ୧୦୦ ପ୍ରତିଶତ ଶାକାହାରୀ।

ମୋଣ୍ଡେଲେଜ ଇଣ୍ଟରନ୍ୟାସନାଲ୍‌ର ମାଲିକାନାରେ ଥିବା ବ୍ରିଟିଶ ମଲ୍ଟିନ୍ୟାସନାଲ କମ୍ପାନୀ କ୍ୟାଡ୍‌ବରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ୍ୟାଡବରୀ ଉତ୍ପାଦକୁ ନେଇ ପ୍ରଶ୍ନ ଉଠିବା ପରେ ଏହି ସ୍ପଷ୍ଟୀକରଣ ଦେଇଛି। କ୍ୟାଡ୍‌ବରୀ ଉତ୍ପାଦରେ ଗୋମାଂସର ବ୍ୟବହାର ହେଉଥିବା ଦାବି କରାଯିବା ପରେ ସୋସିଆଲ୍‌ ମିଡିଆରେ ବଏକଟ୍‌ # କ୍ୟାଡ୍‌ବରୀ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.