Latest Odisha News

BREAKING NEWS

ଭାରତରୁ ବିମାନ ଉଡାଣ ଉପରେ କଟକଣା ବଢାଇଲା ଏହି ଦେଶ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଡେଲ୍‌ଟା ପ୍ରଜାତିର କ୍ଷୀପ୍ର ସଂକ୍ରମଣକୁ ନେଇ ଆଶଙ୍କା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବୈଜ୍ଞାନିମାନେ ମଧ୍ୟ ଚେତାଇ ଦେଇଛନ୍ତି ସତର୍କ ନ ରହିଲେ ସ୍ଥିତି ଗମ୍ଭୀର ହୋଇଯିବ। ଏହି ପରିପ୍ରେକ୍ଷୀରେ କାନାଡା ସରକାର ଭାରତରୁ ବିମାନ ଉଡାଣ ଉପରେ କଟକଣାକୁ ବୃଦ୍ଧି କରିଛନ୍ତି। ଡେଲଟା ପ୍ରଜାତି ବିସ୍ତାର ହେବାର ଆଶଙ୍କା ଥିବାରୁ ମଙ୍ଗଳବାର ଦିନ କାନାଡା ସରକାର କହିଛନ୍ତି ଯେ ଭାରତରୁ ବିମାନ ଉଡ଼ାଣକୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଭାରତରୁ କାନାଡାକୁ ଆସୁଥିବା ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶ ଏକ ମାସ ପାଇଁ ବୃଦ୍ଧି କରାଯାଇଛି। କରୋନାର ଦ୍ବିତୀୟ ତରଙ୍ଗ ପ୍ରାରମ୍ଭରେ ତଥା ଏପ୍ରିଲରେ କାନାଡା ଭାରତରୁ ବିମାନ ଯାତ୍ରା ଉପରେ ପ୍ରତମେ ପ୍ରତିବନ୍ଧକ ଲଗାଇଥିଲା।

ବିମାନ ଚଳାଚଳ ଉପରେ ପୂର୍ବରୁ ଲାଗି ରହିଥିବା ପ୍ରତିବନ୍ଧକ ଜୁଲାଇ ୨୧ ରେ ଶେଷ ହେବାକୁ ଥିଲା ଯାହା ଏବେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Leave A Reply

Your email address will not be published.