Latest Odisha News

BREAKING NEWS

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି

ଭୁବନେଶ୍ବର : ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ଭରପୂର ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି ।

ସେହିପରି ରାଜ୍ୟ ଗୁଡ଼ିକ ବର୍ତ୍ତମାନ ଲୋକଲ ବଡିର ଅଡିଟ୍ କରୁଥିବା ବେଳେ, ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ଅଡିଟ୍ ଯଥା ସମୟରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ସିଏଜି । ଏହାସହ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ମଧ୍ୟ ଅଡିଟ କରାଯିବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ଏହାର ସମାଧାନ ଲାଗି ସୁପାରିଶ କରିବେ ସିଏଜି ।

ଭୁବନେଶ୍ବରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ସିଏଜି । ୧.୧ ଏକର ଜମି ଉପରେ ଅବସ୍ଥିତ ପ୍ରାୟ ୪୦ ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ୨୭ କୋଟି ୨୬ ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ଅଫିସ ରହିବ । ଏହାସହ ଆଗାମୀ ଦିନରେ ୪୩ ରାଷ୍ଟ୍ରର ଅଡିଟ ସଂସ୍ଥାକୁ ନେଇ ଗଠିତ ଏସିଆନ କଣ୍ଟ୍ରି ବୈଠକକୁ ଭୁବନେଶ୍ବର ଏଜି କାର୍ଯ୍ୟାଳୟରେ କରିବାକୁ ବିଚାର କରାଯାଉଛି ବୋଲି କହିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ।

Leave A Reply

Your email address will not be published.