Latest Odisha News

BREAKING NEWS

ରାମାୟଣ ଏକ୍ସପ୍ରେସରେ ୱେଟରଙ୍କ ପୋଷାକ ଦେଖି ରାଗିଲେ ସାଧୁ ସନ୍ଥ

ଉଜ୍ଜୈନ:ରାମାୟଣ ଏକ୍ସପ୍ରେସରେ ୱେଟରମାନଙ୍କ ପୋଷାକ ଦେଖି ଉଜ୍ଜୈନ ସାଧୁ ସନ୍ଥମାନେ ବିଗିଡି ଯାଇଛନ୍ତି । ଏପରିକି ଟ୍ରେନକୁ ରୋକିଦେବା ନେଇ ଧମକ ଦେଇଛନ୍ତି । ୱେଟରମାନେ ସାଧୁ ସନ୍ଥଙ୍କ ପରି ପୋଷାକ ପିନ୍ଧି ଯାତ୍ରୀମାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ଧର୍ମର ଅପମାନ ବୋଲି ଉଜ୍ଜୈନ ଆଖାଡା ପରିଷଦ ପୂର୍ବ ମହାମନ୍ତ୍ରୀ ଅବଧେଶ ପୁରୀ କହିଛନ୍ତି । କେନ୍ଦ୍ରୀୟ ରେଳମନ୍ତ୍ରୀଙ୍କୁ ଏ ନେଇ ଆମେ ବିଧିବଦ୍ଧ ଭାବେ ପତ୍ର ଲେଖି ଅଭିଯୋଗ ଜଣାଇ ଦେଇଛୁ । ଯଦି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହାହେଲେ ୧୨ ଡିସେମ୍ବରରେ ରାମାୟଣ ଏକ୍ସପ୍ରେସକୁ ଦିଲ୍ଲୀରେ ଅଟକାଇବୁ ବୋଲି କହିଛନ୍ତି ।

ସାଧୁ ସନ୍ଥ ହେବା ପାଇଁ ଅନେକ ନିଷ୍ଠା ଦରକାର । ପୋଷାକ ପିନ୍ଧି କେହି ଜଣେ ସାଧୁ ହୋଇପାରିବ ନାହିଁ ବୋଲି ପୁରୀ କହିଛନ୍ତି । ସୂଚନାଯୋଗ୍ୟ, ରାମାୟଣ ଏକ୍ସପ୍ରେସର ୧୭ ଦିନ ଯାତ୍ରାରେ ଜଣେ ଯାତ୍ରୀ ୧୫ ତୀର୍ଥ ସ୍ଥାନ ଦେଖିପାରିବ । ଅତ୍ୟାଧୁନିକ ଜ୍ଞାନ କୌଶଳ ସମେତ ଏହି ଟ୍ରେନରେ ପୁସ୍ତକାଳୟ ଏବଂ ରେଷ୍ଟୁରାଂଟ ରହିଛି ।

Leave A Reply

Your email address will not be published.