Latest Odisha News

BREAKING NEWS

ପୁଣି ଡରାଇଲା ସିଡିଏସସିଓ: ଏହି ସବୁ ଔଷଧ ଖାଉଥିଲେ ସାବଧାନ! ମୃତ୍ୟୁକୁ ଦେଉଛନ୍ତି ନିମନ୍ତ୍ରଣ 

ନୂଆଦିଲ୍ଲୀ: ସର୍ବଶେଷ ଗୁଣବତ୍ତା ନିୟନ୍ତ୍ରଣ ରିପୋର୍ଟରେ, କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ୪୯ ଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଚିହ୍ନଟ କରିଛି ଯାହା ସାରା ଦେଶରେ ନମୁନା ହୋଇଥିବା ପ୍ରାୟ ୩ ହଜାର ଔଷଧ ମଧ୍ୟରୁ ଗୁଣାତ୍ମକ ମାନରେ ବିଫଳ ହୋଇଛି। ଏଥିସହିତ ବହୁଳ ଭାବରେ ବ୍ୟବହୃତ କ୍ୟାଲସିୟମ ସପ୍ଲିମେଣ୍ଟ ସେଲକାଲ ୫୦୦ ଏବଂ ପାନ ଡି ସମେତ ୪ଟି ଔଷଧର ନମୁନା ମିଳିଛି ଯାହାକି ନକଲି ବୋଲି ପ୍ରମାଣିତ ହୋଇଛି।

ତେବେ ଆଣ୍ଠୁଗଣ୍ଠି ବିନ୍ଧା, ଶରୀର ବ୍ୟଥା, ଦୁର୍ବଳତା ଏବଂ ଶକ୍ତିହୀନତା ପାଇଁ ଡାକ୍ତର ପରାମର୍ଶ ଦେଇଥିବା କ୍ୟାଲସିୟମ ଏବଂ ଭିଟାମିନ ସବୁ ନକଲି ଔଷଧ ବୋଲି ଦର୍ଶାଇଛି ସିଡିଏସସିଓ ରିପୋର୍ଟ। ଅଗଷ୍ଟ ଔଷଧର ମାସିକ ମୂଲ୍ୟାଙ୍କନରେ ଗୁଣାତ୍ମକ ଅଭାବ ତାଲିକାରେ ଆଲ୍କେମ୍ ହେଲଥ୍ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ, କାମିଲା ଫାର୍ମାସ୍ୟୁଟିକାଲ୍ସ, ଇନୋଭା କ୍ୟାପଟେନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଏବଂ ଇପକୋ ଲବୋରେଟରୀ ପରି କମ୍ପାନୀ ରହିଛନ୍ତି। ଏଥିସହିତ ରିପୋର୍ଟରେ ପାରାସିଟାମୋଲ, ପାନ୍ ଡି, କ୍ୟାଲସିୟମ ଏବଂ ଭିଟାମିନ ଡି ଥ୍ରୀ ସମେତ ୪୯ ଟି ଔଷଧକୁ ନକଲି ବୋଲି ଘୋଷଣା କରାଯାଇଥିବା ବେଳେ ଅକ୍ସିଟୋସିନ୍, ମେଟ୍ରୋନିଡାଜୋଲ ଏବଂ ଫ୍ଲୁକୋନାଜୋଲକୁ ‘ଗୁଣବତ୍ତାର ଅଭାବ’ ତାଲିକାରେ ସାମିଲ କରାଯାଇଛି।

ତେବେ ଏହାକୁ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ରାଜୀବ ସିଂ ରଘୁବଂଶୀ କହିଛନ୍ତି ଯେ, ‘ସ୍ୱଳ୍ପ ପ୍ରଭାବଶାଳୀ ଔଷଧର ପ୍ରତିଶତ କମ୍‌ କରିବା ପାଇଁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯାଏ। ପ୍ରାୟ ତିନି ହଜାର ନମୁନା ମଧ୍ୟରୁ ୪୯ ଟି ଔଷଧର ମାନକ ଗୁଣବତ୍ତା ଅର୍ଥାତ୍‌ ଏନ୍‌ଏସ୍‌କ୍ୟୁ ଖରାପ ‌ଥିବା ଯୋଗୁ ଏହାକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦାୟ ନମୁନା ମଧ୍ୟରୁ କେବଳ ୧.୫ ପ୍ରତିଶତ ଔଷଧ କମ୍ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ଯେହେତୁ ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ ରୁ ଔଷଧର ନମୁନା ଗୁଣାତ୍ମକ ମାନ ପୂରଣ କରୁନାହିଁ ବୋଲି ଏହାର ଅର୍ଥ ନୁହେଁ ଯେ ସେହି ନାଁରେ ବିକ୍ରି ହୋଇଥିବା ସମସ୍ତ ଔଷଧ ଖରାପ। କେବଳ ସେହି ନିର୍ଦ୍ଦିଷ୍ଟ ବ୍ୟାଚ୍‌ର ଔଷଧ ମାନକ ଗୁଣବତ୍ତା ଆଧାରରେ ଖରାପ ବୋଲି ବିବେଚନା କରାଯିବ।

Comments are closed.