Latest Odisha News

BREAKING NEWS

କୋଲକାତା ଦୁର୍ଗାପୂଜାରେ ଏବର୍ଷ ହେବନି ସିନ୍ଦୁର ଖେଳ

କୋଲକାତା: କୋଭିଡ୍ କଟକଣା ଭିତରେ ଏବର୍ଷ କୋଲକାତାରେ ଦୁର୍ଗାପୂଜା ହେବ । ହେବନି ସିନ୍ଦୁର ଖେଳ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କୋଲକାତା ହାଇକୋର୍ଟ । ସେହିପରି ପୂର୍ବରୁ ମଣ୍ଡପ ଅଞ୍ଚଳକୁ ନୋ ଭିଜିଟର ଜୋନ୍ କରିବାକୁ ଦେଇଥିବା ନିର୍ଦ୍ଦେଶର ପୁନର୍ବିଚାର କରିଛନ୍ତି କୋର୍ଟ । ସର୍ତ୍ତ ସହ ମଣ୍ଡପ ଭିତରକୁ ଆୟୋଜକ କମିଟି ସଦସ୍ୟଙ୍କୁ ପ୍ରବେଶ ଅନୁମତି ମିଳିଛି ।

BjdElectrycity

ମଣ୍ଡପ ଭିତରକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଆୟୋଜକ କମିଟିର ସଦସ୍ୟ ଯାଇପାରିବେ । ଛୋଟ ମଣ୍ଡପରେ ଏକାଥରକେ ଅତି ବେଶୀରେ ୧୫ ଜଣ ପ୍ରବେଶ କରିବେ । ସେହିପରି ବଡ଼ ପେଣ୍ଡାଲରେ ୪୫ ଜଣଙ୍କୁ ପ୍ରବେଶ ଅନୁମତି ଦେଇଛନ୍ତି କୋଲକାତା ହାଇକୋର୍ଟ ।

ମଣ୍ଡପ ବାହାରେ ଏସମ୍ପର୍କିତ ତାଲିକା ଲଗାଇବେ ପୂଜା କମିଟି ଆୟୋଜକ । ପ୍ରତିଦିନ ସକାଳ ୮ଟାରେ ତାଲିକା ଲଗାଇବେ । ଯେଉଁମାନଙ୍କର ନାଁ ତାଲିକାରେ ନାହିଁ ସେମାନେ ପେଣ୍ଡାଲ ଭିତରକୁ ଯାଇ ପାରିବେ ନାହିଁ ।

କୋଭିଡ୍ କଟକଣାକୁ ପୂଜା କମିଟି କଡ଼ାକଡ଼ି ପାଳନ କରିବେ । ମଣ୍ଡପରେ ଉପସ୍ଥିତ ଲୋକ ମାସ୍କ ପିନ୍ଧିବ ଓ ସାମାଜିକ ଦୂରତା ବଜାୟ ରଖିବେ । ମାସ୍କ ନପିନ୍ଧିଲେ ପ୍ରବେଶ ଅନୁମତି ମିଳି ନାହିଁ ।

Leave A Reply

Your email address will not be published.