Latest Odisha News

କ୍ରିକେଟ୍‌ ଟିମ୍‌ କିଣିଲେ ସଲମାନ୍‌

ନୂଆଦିଲ୍ଲୀ: ବଲିଉଡ ତାରକାଙ୍କର କ୍ରୀଡା ପ୍ରତି ଏକ ନିଆରା ସମ୍ପର୍କ ରହିଆସିଛି।  ଆଇପିଏଲରେ କ୍ରିକେଟ୍ ଦଳ କିଣିବା ହେଉ କିମ୍ବା ଦେଶରେ ଫୁଟବଲକୁ ଦଳକୁ ପ୍ରୋତ୍ସାହିତ କରିବା ହେଉ ସବୁଥିରେ ବଲିଉଡ୍‌ ତାରକାମାନେ ଆଗରେ ରହିଥାନ୍ତି।  ବର୍ତ୍ତମାନ ଶ୍ରୀଲଙ୍କାରେ ଆଇପିଏଲ କ୍ରିକେଟ୍ ଲିଗ୍ ଆରମ୍ଭ ହେବାକୁ ଯାଉଛି। ମୋଟ ପାଞ୍ଚଟି ଦଳ ସେହି ଟୁର୍ନାମେଣ୍ଟରେ ଭାଗ ନେବେ। କିନ୍ତୁ  ସେହି ଲିଗ୍ ସହିତ ଜଡିତ ବଡ ଖବର ହେଉଛି ସଲମାନ ଖାନଙ୍କ ପରିବାର ମଧ୍ୟ  ଏହାମଧ୍ୟରୁ ଗୋଟିଏ ଦଳ କିଣିଛନ୍ତି।

ସୂଚନା ଅନୁଯାୟୀ ସଲମାନଙ୍କ ସାନଭାଇ ସୋହେଲ ଖାନ୍ ଏକ ଦଳର ଫ୍ରାଞ୍ଚାଇଜ୍ କିଣିଛନ୍ତି। ସେମାନେ କ୍ୟାଣ୍ଡି ଟସ୍କର୍ ନାମକ ଏକ ଦଳ କିଣିଛନ୍ତି। କୁହାଯାଉଛି ଯେ ଏହି ନିବେଶ ସୋହେଲ ଖାନ୍‌ ଇଣ୍ଟରନ୍ୟାସନାଲ ଏଲଏଲପି ମାଧ୍ୟମରେ କରିଛନ୍ତି। ସଲିମ ଖାନ ଏବଂ ସଲମାନ ଖାନ ମଧ୍ୟ ଏହି ବିନିଯୋଗର ଏକ ଅଂଶ। ସୋହେଲ୍ ଖାନ୍‌ଙ୍କ କହିବା ଅନୁଯାୟୀ ସଲମାନ ଖାନ୍‌ ସମସ୍ତ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ।

ଏଥି ସହିତ ୱେଷ୍ଟ୍‌ ଇଣ୍ଡିଜ୍‌ କ୍ରିକେଟର୍‌ କ୍ରିସ ଗେଲ ସଲମାନ ଖାନଙ୍କ ଦଳରେ ସ୍ଥାନ ପାଇଛନ୍ତି। ଏଥି ସହିତ ସୋହେଲ ଖାନ୍‌ ମଧ୍ୟ ତାଙ୍କୁ ଏହି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରନ୍ତି। ତାଙ୍କ ଆଖିରେ ଦଳର ପ୍ରକୃତ ବସ୍ କ୍ରିସ୍ ଗେଲ୍ ବୋଲି ସୋହେଲ୍ ଖାନ୍‌ କହିଛନ୍ତି। ଉଲ୍ଲେଖଥାଉ କି, କ୍ୟାଣ୍ଡି ଟସ୍କର୍ସ ଦଳରେ ଅନେକ ଭଲ ଖେଳାଳି ଦେଖିବାକୁ ମିଳିବେ। ଲିଆମ୍ ପ୍ଲଙ୍କେଟ୍, ୱାହାବ୍ ରିଆଜ୍, କୁସାଲ୍ ମେଣ୍ଡିସ୍ ଏବଂ ନୁୱାନ୍ ପ୍ରଦୀପଙ୍କ ଭଳି କ୍ରିକେଟରମାନେ ଏହି ଲିଗରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

Leave A Reply

Your email address will not be published.