Latest Odisha News

କୋଲକାତା ଲଜ୍ଜା: ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ, କହିଲେ ହସ୍ପିଟାଲ ବନ୍ଦ କରିଦେବା ଭଲ

କୋଲକାତା: କୋଲକାତା ଆରଜି କର ଡାକ୍ତରଖାନା ଲଜ୍ଜା ଏବେ ସାରା ଦେଶରେ ବିରୋଧର ରୂପ ନେଇଛି । ଏହାରି ଭିତରେ ଗତ ୧୪ ତାରିଖରେ ଉକ୍ତ ଡାକ୍ତରଖାନାରେ ଯେଉଁ ଭଳି ଭାବେ ଭଙ୍ଗାରୁଜା ହୋଇଥିଲା ସେନେଇ କ୍ଷୋଭ ପ୍ରକାଶ କରିଛନ୍ତି କୋଲକାତା ହାଇକୋର୍ଟ । ଏହାକୁ ନେଇ କୋର୍ଟ ସିଧା ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସରକାରଙ୍କ ନାକାମୀ ପଣିଆର ପ୍ରମାଣ ବୋଲି କହି ଦୃଢ ନିନ୍ଦା କରିଛନ୍ତି କୋର୍ଟ । ଏହାସହିତ କୋର୍ଟ ଏହା ବି କହିଛନ୍ତି ଯେ, ଏଭଳି ସ୍ଥିତିରେ ଡାକ୍ତରଖାନାକୁ ବନ୍ଦ କରିଦେବା ଆବଶ୍ୟକ ।

ତେବେ ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଗତ ୧୪ ତାରିଖରେ ପ୍ରାୟ ଲକ୍ଷ ଲକ୍ଷ ଲୋକ ଆନ୍ଦୋଳନ କରିଥିଲେ । ଠିକ୍ ଏହି ସମୟରେ ପ୍ରାୟ ୭ ହଜାରରୁ ଅଧିକ ଆନ୍ଦୋଳନକାରୀ ମେଡିକାଲ କଲେଜ୍ ଭିତରକୁ ଧସେଇ ପଶିବା ସହିତ ସେଠି ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯାହାର ଭିଡିଓ ଜାରି କରି ୧୯ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ ।

ଯାହା ଉପରେ ଶୁଣାଣି କରି ଆଜି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି କୋଲକାତା ହାଇକୋର୍ଟ । ଏନେଇ କୋର୍ଟର ମୁଖ୍ୟ ବିଚାରପତି ଏହାକୁ ଦୁଃଖଦପୂର୍ଣ୍ଣ ଘଟଣା କହି କହିଛନ୍ତି, ସବୁଠୁ ଭଲ ହେବ ହସ୍ପିଟାଲ ବନ୍ଦ କରିଦିଆଯାଉ ଏବଂ ସେଠି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଉ । ଏଭଳି ସ୍ଥିତିରେ ସେଠି ଡାକ୍ତରମାନେ ନିର୍ଭୟରେ କିପରି କାମ କରିବେ?

ଏହା ସହିତ ମୁଖ୍ୟ ବିଚାରପତି, ଏହି ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କୁ କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ମହଜୁଦ୍ ଥାଇ ବି ଯଦି ୭୦୦୦ ଲୋକ ଏକା ସାଙ୍ଗରେ ଧସେଇ ପଶୁଛନ୍ତି ତାହାଲେ ଏହା ବ୍ୟବସ୍ଥାର ବିଫଳତା ବୋଲି କୋର୍ଟ କହିଛନ୍ତି । ଏଥିସହିତ ସେ ଏହା ବି କହିଛନ୍ତି ଯେ, ତୁମେ(ପୋଲିସ) ଯେକାୗଣସି କାରଣ ପାଇଁ ବି ଧାରା ୧୪୪ର ସିଆରପିସି ଜାରି କରିଦେଉଛ । ପୂର୍ବରୁ ଯେତେ ବେଳେ ସ୍ଥିତି ଗମ୍ଭୀର ଥିଲା, ସେ ସ୍ଥାନକୁ ସଂପୁର୍ଣ୍ଣ ବନ୍ଦୀ କରିବାର ଆବଶ୍ୟକତା ଥିଲା । ୭୦୦୦ ଲୋକ ତ ଆଉ ଚାଲିକି ଆସିବେନି ନା, ବୋଲି ଖେସା କରି କହିଛନ୍ତି କୋର୍ଟ । ଏହା ପୂରା ରାଜ୍ୟ ମେସିନାରୀର ସଂପୂର୍ଣ୍ଣ ବିଫଳତା ବୋଲି କୋର୍ଟ ଦର୍ଶାଇଛନ୍ତି ।

Comments are closed.