Latest Odisha News

BREAKING NEWS

ବୀରଭୂମି ହିଂସା: ମମତାଙ୍କୁ ଝଟକା, ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭ ଏପ୍ରିଲ ମଧ୍ୟରେ ତଦନ୍ତର ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମବଙ୍ଗ ସରକାର ହିଂସାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଖସାଇବା ପାଇଁ ଉଦ୍ୟମ କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅପରପକ୍ଷରେ ଏହି ଘଟଣା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି ବୋଲି ଟିଏମସି ପକ୍ଷରୁ କୁହାଯାଇଛି ।

Comments are closed.