Latest Odisha News

BREAKING NEWS

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ସମ୍ବଲପୁର  : ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି ।

୮ ବର୍ଷର ଶିଶୁକନ୍ୟାକୁ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା ଯୁବକ । ଏହା ପରେ କଟାମୁଣ୍ଡକୁ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପରେ ପକାଇ ଦେଇଥିଲା । ପରିବାର ଲୋକେ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଗାଁର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରିଥିଲା । ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ।

କେଉଁ କାରଣ ପାଇଁ ଯୁବକ ଜଣକ ଶିଶୁକନ୍ୟାକୁ ହତ୍ୟା କଲେ ? ସେନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ମୃତଦେହ ଜବତ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.