Latest Odisha News

BREAKING NEWS

ମୋବାଇଲକୁ ଆସୁଛି ଦେଶ ବିରୋଧୀ ତତ୍ତ୍ବଙ୍କ ଫୋନ୍!

ନୂଆଦିଲ୍ଲୀ; ଦେଶ ବିରୋଧୀ ତତ୍ତ୍ବ ଭାରତୀୟ ମୋବାଇଲ୍ ବ୍ୟବହାରକାରୀଙ୍କୁ ଦେଶ ବାହାରର ଫୋନ୍ ନମ୍ବରରୁ ଫୋନ୍ କରି ଆତଙ୍କିତ କରୁଛନ୍ତି। ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ଟ୍ରେଡିଂରେ ବ୍ୟାଘାତ ସୃଷ୍ଟି କରୁଥିବା ଦାବି କରୁଛନ୍ତି। ଏଭଳି ଫୋନ୍ କଲ୍ କୌଣସି ମୋବାଇଲ୍ ବ୍ୟବହାରକାରୀ ପାଇଲେ ତୁରନ୍ତ ଡଟ୍(ଦୂରସଞ୍ଚାର ବିଭାଗ), ଯୋଗାଯୋଗ ମନ୍ତ୍ରାଳୟ କିମ୍ବା ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାକୁ ସୂଚନା ଦେବାକୁ ଡଟ୍ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି। ଏଥିପାଇଁ ଡଟ୍ ପକ୍ଷରୁ ଇମେଲ୍ sancharsaathi[at]gov[dot]in ରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।

 

ଏହା ସହିତ ଡଟ୍ ପକ୍ଷରୁ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ସହିତ ଯୋଗାଯୋଗ କରାଯାଇଛି। ଏହି ସନ୍ଦିଗ୍ଧ ମୋବାଇଲ୍ ନମ୍ବରଗୁଡ଼ିକୁ ତୁରନ୍ତ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସାଧାରଣ ନାଗରିକ ଏଭଳି ଫୋନ୍ କଲ୍ ପାଇଲେ ତୁରନ୍ତ ସୂଚନା ଦେଇ କୌଣସି କ୍ଷତିକୁ ଏଡ଼ାଯାଇପାରିବ ବୋଲି କୁହାଯାଉଛି।

Comments are closed.