ଆବୁଧାବି: ଆଇପିଏଲ ୨୦୨୬ ମିନି ଅକ୍ସନରେ ସମସ୍ତ ଫ୍ରାଚାଇଜ ନିଜ ନିଜ ଟିମକୁ ମଜଭୁତ କରିବା ପାଇଁ ଖେଳାଳି ପଛରେ ଅର୍ଥ ଲଗାଇବାରେ ଲାଗିଛନ୍ତି । ନିଲାମରେ କାମେରୁନ ଗ୍ରୀନ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ୨୫.୨୦ କୋଟି ଟଙ୍କାରେ ଦଳରେ ନେଇଛି । ମୁମ୍ବାଇ ଇଣ୍ଡିଆନ୍ସ ଓ କେକେଆର ମଧ୍ୟରେ ଗ୍ରୀନଙ୍କୁ ନେଇ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା ।
ପ୍ରଥମେ ମୁମ୍ବାଇ ତାଙ୍କୁ ନେବା ପାଇଁ ବୋଲି ଲଗାଇଥିଲା । ଏହା ପରେ ରାଜସ୍ଥାନ ରୟାଲ୍ସ ମଧ୍ୟ ଉଦ୍ୟମ କରିଥିଲା । ମାତ୍ର ଅର୍ଥ ରାଶି ବୃଦ୍ଧି ପାଇବା ପରେ ଏହି ଦୁଇ ଫ୍ରାଚାଂଇଜ ରହି ଯାଇଥିଲେ । ପରେ ଚେନ୍ନାଇ ଓ କେକେଆର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଲା । ଶେଷରେ କେକେଆର ବାଜି ମାରିଥିଲା । ଗ୍ରୀନ ଆଇପିଏଲରେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ପକ୍ଷରୁ ଖେଳି ସାରିଛନ୍ତି । ତାଙ୍କ ପୂର୍ବରୁ ମିଚେଲ ଷ୍ଟାର୍କ ଦାମୀ ବିଦେଶୀ ଖେଳାଳି ଥିଲେ । ୨୦୨୪ରେ କେକେଆର ତାଙ୍କୁ ୨୪.୭୫ କୋଟି ଟଙ୍କାରେ ନେଇଥିଲା ।
Comments are closed.