ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ତଥା ଏହାର କୁ-ପ୍ରଭାବକୁ ରୋକିବା ଲାଗି ସହରରେ ଏକ ସଚେତନତା ଅଭିଯାନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍ (ଟିଏନଆଇଇ) ଦ୍ୱାରା ଗତକାଲି ୟୁନିଟ୍-୪ ମାର୍କେଟରେ “Say No to Plastic” ଭଳି ଏକ ଅଭିନବ ଅଭିଯାନ ଆୟୋଜିତ କରାଯାଇଥିଲା ।
ଏହି ଅଭିନବ ପ୍ରୟାସକୁ ବ୍ୟାପାରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ମଧ୍ୟ ସ୍ୱାଗତ ଜଣାଇଥିଲେ । ଏଥିସହିତ ସମସ୍ତେ ଗ୍ରୀନ୍ ଡ୍ରାଇଭ୍ ଲାଗି ନିଜ ନିଜର ସମର୍ଥନ ଜଣାଇଛନ୍ତି।
Comments are closed.