Latest Odisha News

ନିର୍ବାଚନୀ ମଇଦାନରେ ପ୍ରଚାରର ଶେଷ ଦିନ

ଭୁବନେଶ୍ୱର: ନିର୍ବାଚନୀ ମଇଦାନରେ ପ୍ରଚାରର ଶେଷ ଦିନ । ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ । ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ  ପ୍ରଚାରକୁ ଜୋରଦାର କରିଛନ୍ତି ।

ପ୍ରଚାର ଶେଷ ହେବାପରେ ରାଜନୈତିକ ଦଳ ଓ ଅନ୍ୟ ଅଞ୍ଚଳର ନେତାମାନେ ସ୍ଥାନୀୟ ଅଞ୍ଚଳରେ ରହିପାରିବେନି। ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ । ସେହିଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଞ୍ଚାୟତରେ ଭୋଟ୍‌ ଗ୍ରହଣ କରାଯିବ ।

ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏଥିଲାଗି  ଆଜି ୧୧ଟି ଜିଲ୍ଲା ଏବଂ ୧୫ ତାରିଖରେ ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବ।

ଅନ୍ୟପକ୍ଷେ, ଫେକ୍‌ ଭୋଟରଙ୍କୁ ନିର୍ବାଚନ କମିଶନ ସତର୍କବାଣୀ ଦେଇଛନ୍ତି। ଯେଉଁମାନେ ଫେକ୍‌ ଭୋଟର ସାଜି ମତଦାନ ଦେବାବେଳେ ଧରାପଡ଼ନ୍ତି, ସେମାନଙ୍କୁ ପୋଲିସ୍‌ ଜିମା ଦିଆଯିବ ବୋଲି ନିର୍ବାଚନ କମିଶନ ସତର୍କ କରିଛନ୍ତି ।

Comments are closed, but trackbacks and pingbacks are open.