Latest Odisha News

BREAKING NEWS

ଟଙ୍କା ଲୋଭରେ ୧୪ଜଣଙ୍କ ମଥରା ସିନ୍ଦୁର ଦେଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଏକାଧିକ ମହିଳାଙ୍କ ସହ ବିବାହ କରିବା ପଡିଲା ମହଙ୍ଗା । ପ୍ରେମ ଦିବସରେ ଗିରଫ ହେଲା ଅଭିଯୁକ୍ତ ରମେଶ  ସ୍ୱାଇଁ ।୧୯୮୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଯେଉଁଥିରୁ କମିଶନରେଟ ପୋଲିସ୍ ୯  ଜଣ ମହିଳାଙ୍କୁ ସମ୍ପର୍କ କରିଛି ଏବଂ ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଚାଲିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଚକମା ଦେଇ ସେ ୧୪ ଜଣଙ୍କୁ ବିବାହ କରିଥିଲେ । କୋଲାକାତା , ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ , ଭୁବନେଶ୍ୱର ଭଳି ରାଜ୍ୟରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିଲେ ।

ଦିଲ୍ଲୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭୁବନେଶ୍ୱର ମହିଳା ଥାନାରେ  ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ତାଙ୍କୁ ଗତ ୨୦୧୮ ମସିହାରେ ନୂଆଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ, ଜନକପୁରୀରେ ବିବାହ କରିଥିଲେ ଏବଂ ବିବାହ ପରେ ତାଙ୍କୁ କିଛିଦିନ ପାଇଁ ଭୁବନେଶ୍ୱର ଆଣି ରଖିଥିଲେ।  ପରେ ସେ ଜାଣିବାକୁ ପାଇଥିଲେ ଯେ ସେହି ବ୍ୟକ୍ତି ଜଣକ ତାଙ୍କୁ ନିଜର ମିଥ୍ୟା ପରିଚୟ ଦେଇଛନ୍ତି ଏବଂ ଏହା ପୂର୍ବରୁ ଅନେକ ମହିଳାଙ୍କୁ ମଧ୍ୟ ସେ ବିବାହ କରିଛନ୍ତି। ତେଣୁ ସେ ମହିଳା ଥାନାରେ ଏତଲା ଦାଏର କରିଥିଲେ। ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା ।

ଅଭିଯୁକ୍ତ ଜଣକ ନିଜକୁ  ଡେପୁଟି ଡାଇରେକ୍ଟର ଜେନେରାଲ୍,ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାବରେ ପରିଚୟ ଦେବା ସହ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ବିଭିନ୍ନ ମ୍ୟାଟ୍ରିମୋନିଆଲ ସାଇଡରେ ବିଭିନ୍ନ ପରିଚୟରେ ତାଙ୍କର ବାୟୋଡ଼ାଟା ପୋଷ୍ଟ କରୁଥିଲେ |  ସେ ଅଧିକ ବୟସର ଏକାକୀ ରହୁଥିବା କର୍ମଜୀବି ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ନିଜର ଲାଭ ପାଇଁ ସେମାନଙ୍କର ପଇସା ହଡପ କରିବା ଅଭିଯୁକ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଅଭିଯୁକ୍ତ ଜଣକ  କେନ୍ଦ୍ରାପଡା କଲେଜରୁ ତାଙ୍କର ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସମାପ୍ତ କରିବା ପରେ ସେ କୋଚିନ ଇନଷ୍ଟିଚ୍ୟୁଟରେ ପାରା ମେଡିକାଲ୍ ଏବଂ ଲାବୋରେଟୋରୀ ଟେକ୍ନୋଲୋଜି ଏବଂ ଫାର୍ମାସି ବିଭାଗରେ ଶିକ୍ଷାଲାଭ କରିଥିଲେ। ସେ ସିଷ୍ଟମ ଅଫ୍ ମେଡିସିନ୍, କୋଲକାତାରୁ ସ୍ନାତକୋତ୍ତର ଡିଗ୍ରୀ ଓ ଏମଡି ଶିକ୍ଷାଲାଭ କରିଛନ୍ତି ବୋଲି ପୁଲିସ ଜେରା ବେଳେ ସ୍ଵୀକାର କରିଛନ୍ତି । ଯାହାକୁ  ଯାଞ୍ଚ କରାଯିବ।

ସେ ୧୯୮୨ ମସିହାରୁ ୨୦୦୨ ମସିହା ମଧ୍ୟରେ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିଲେ। ତାପରେ ୨୦୦୨ ମସିହାରୁ ୨୦୨୦ ମସିହା  ମଧ୍ୟରେ ସେ ଆହୁରି ୧୨  ଜଣ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କଠାରୁ  ସେମାନଙ୍କର ମୂଲ୍ୟବାନ ସାମଗ୍ରୀ ଏବଂ ଟଙ୍କା ଠକି ନେଇଯାଇଥିଲେ। ସେ ପଞ୍ଜାବର ସେଣ୍ଟ୍ରାଲ ଆର୍ମି ପୋଲିସ ଫୋର୍ସ ର ଅଧିକାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କଠାରୁ ୧୦ଲକ୍ଷ ଟଙ୍କା ନେଇଥିଲେ ଏବଂ ଏକ ଗୁରୁଦ୍ୱାର ନାମରେ ମେଡିକାଲ କଲେଜ ଗଠନ ପାଇଁ  ଅନୁମତି ପ୍ରଦାନ କରିବା ନିମନ୍ତେ  ଗୁରୁଦ୍ୱାରଠାରୁ ୧୧  ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ।

ସେ ପୂର୍ବରୁ ଏର୍ନାକୁଲମ୍  କ୍ରାଇମ୍ ବିଭିନ୍ନ  ଦଫାରେ  ଏସବିଆଇ,  କୋଚି ସମେତ ୧୩ଟି ବ୍ୟାଙ୍କରେ ୧୨୮ଟି  ଜାଲ୍ କ୍ରେଡିଟ୍ କାର୍ଡ, ଜାଲ୍ ପରିଚୟ ପତ୍ର ଏବଂ ଦରମା ପ୍ରମାଣପତ୍ର ଦେଇ ଠକାମି କରି ଋଣ ନେଇ ଗିରଫ ହୋଇଥିଲେ। ସେ ନିଜକୁ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ ଉଚ୍ଚ ପଦାଧିକାରୀ ଭାବରେ ନିଜର ପରିଚୟ ଦେଇଥିଲେ।

ଅନେକ ଯୁବକ ଯୁବତୀଙ୍କୁ ବେକାର ଯୁବକ ଏବଂ MBBS ଛାତ୍ରଙ୍କୁ ନିଜକୁ ଡେପୁଟି ଡାଇରେକ୍ଟର ଜେନେରାଲ୍, ଭାବରେ ପରିଚିତ କରାଇ ଆଡମିଶନ ଏବଂ ଚାକିରି କରାଇବା ନାମରେ  ସେମାନଙ୍କଠାରୁ ୨ କୋଟି ଟଙ୍କା ହଡପ କରିବା ଅପରାଧରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଦ୍ଵାରା ଗିରଫ ହୋଇଥିଲେ। ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ପୁଲିସ ରିମାଣ୍ଡରେ ଅଣାଯିବା ପାଇଁ ପଦକ୍ଷେପ ନିଆଯାଉଛି।

 

Comments are closed, but trackbacks and pingbacks are open.