Latest Odisha News

BREAKING NEWS

ଶେଷ ପର୍ଯ୍ୟାୟର ଶେଷ ମାରାଥନ୍, ମଇଦାନରେ ଚାଲିଛି ସମରସଜ୍ଜା

ଭୁବନେଶ୍ବର: ଦେଶରେ ୭ମ ଓ ରାଜ୍ୟରେ ୪ର୍ଥ । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନଟିଏ ମାତ୍ର । ଏହାରି ଭିତରେ ଦେଶ ତଥା ରାଜ୍ୟରେ ଆଜି ହେଉଛି ମଇଦାନ ପ୍ରଚାରର ଶେଷ ଦିନ । ଆଜି ସନ୍ଧ୍ୟା ପରେ ପ୍ରଚାର ମଇଦାନ ହେବ ଖାଁ ଖାଁ । ଏଥିପାଇଁ ନିଜର ଜି ଜାନ ଲଗାଇ ଦେଇଛନ୍ତି ରାଜ୍ୟ ତଥା ଦେଶର ପ୍ରମୁଖ ଦଳ । ସୀମିତ ସମୟ ମଧ୍ୟରେ କିପରି ଭୋଟରଙ୍କୁ ଆତ୍କୃଷ୍ଟ କରିବେ ସେଥିପାଇଁ ଚାଲିଛି ସବୁପ୍ରକାର ପ୍ରୟାସ ।

ତେବେ ଏହା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନର ଶେଷ ଭୋଟିଂ । ଏହି ପର୍ଯ୍ୟାୟରେ ମୋଟ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ ଟି ବିଧାନସଭା ଆସନରେ ମତଦାନ ଜୁନ୍ ୧ ରେ ଗ୍ରହଣ କରାଯିବ । ସେଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ।

ସେହିପରି ଦେଶରେ ମଧ୍ୟ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ଦେଶର ମୋଟ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଏହା ମଧ୍ୟରୁ ଉତ୍ତରପ୍ରଦେଶର ୧୩ଟି ଆସନ, ପଞ୍ଜାବର ୧୩ଟି ଆସନ, ବିହାରର ୮ଟି, ପଶ୍ଚିମବଙ୍ଗର ୯ଟି, ଚଣ୍ଡିଗଡର ୧ଟି, ଓଡିଶାର ୬ଟି ଏବଂ ଝାଡଖଣ୍ଡର ୩ଟି ଆସନରେ ଭୋଟ ହେବକୁ ଯାଉଛି । ଯାହାର ରେଜଲ୍ଟ ଜୁନ୍ ୪ରେ ଆସିବ ।

ଶେଷ ମାରାଥନ ପାଇଁ ପୂରା ସରଗରମ ପ୍ରଚାର ମଇଦାନ । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓଡିଶା ଗସ୍ତରେ ଆସି ନିଜର ଦଳୀୟ ନେତାଙ୍କ ପାଇଁ ଭୋଟ ଭିକ୍ଷା କରିବ ସହ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହି କ୍ରମରେ ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଜନସଭାକୁ ଉଦ୍ବୋଧନ ଦେବେ ରାହୁଲ । ଏହା ସହିତ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବି ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାକୁ ସମ୍ବୋଧନ କରିବେ ।

Leave A Reply

Your email address will not be published.