Latest Odisha News

BREAKING NEWS

କାହିଁକି ଗ୍ରୀଷ୍ମ ଋତୁରେ ୟୁରିନ ଇନଫେକ୍ସନ ହେବାର ଆଶଙ୍କା ଅଧିକ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ପ୍ରାୟତଃ ୟୁରିନ ଇନଫେକ୍ସନର ସମସ୍ୟା ଦେଖାଯାଏ। ଏହାର ଲକ୍ଷଣ ଏତେ କମ୍ ଥାଏ ଯେ ସଂକ୍ରମଣ ହୋଇଛି କି ନାହିଁ ତାହା ମଧ୍ୟ ବ୍ୟକ୍ତି ଜାଣିପାରେ ନାହିଁ । ୟୁରିନ ଇନଫେକ୍ସନ /ପରିସ୍ରା ସଂକ୍ରମଣ ଦୀର୍ଘ ଦିନ ଧରି ଶରୀରରେ ରହିଲେ ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ରହିଥାଏ ।

ୟୁରିନ ଇନଫେକ୍ସନ କାରଣରୁ ମୂତ୍ରାଶୟ, ପରିସ୍ରା ନଳୀ ଏବଂ ବୃକକ୍ ସହିତ ଜଡିତ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ,ୟୁରିନ ଇନଫେକ୍ସନର ଲକ୍ଷଣଗୁଡ଼ିକୁ ଚିହ୍ନଟ କରି ଏହାର ଚିକିତ୍ସା କରିବା ଜରୁରୀ ଏବଂ ଏହାଦ୍ବାରା ଗୁରୁତର ରୋଗରୁ ରକ୍ଷା ପାଇ ହେବ ।

ଗ୍ରୀଷ୍ମ ଋତୁରେ ଶରୀରରେ ଜଳୀୟ ଅଂଶ ହ୍ରାସ ହେତୁ ୟୁରିନ ଇନଫେକ୍ସନ ପ୍ରାୟତଃ ହୁଏ। ଡିହାଇଡ୍ରେସନ୍ ଯୋଗୁଁ ହୋଇଥିବା ୟୁରିନ ଇନଫେକ୍ସନ ଶୀଘ୍ର ଜଣାପଡେ ନାହିଁ। ପରିସ୍ରା ସଂକ୍ରମଣର ଆରମ୍ଭରେ କିଛି ଲକ୍ଷଣ ଦେଖାଯାଏ। କିନ୍ତୁ ସେହି ଲକ୍ଷଣଗୁଡ଼ିକ ଏତେ କମ୍ ଥାଏ ଯେ ରୋଗୀମାନେ ସେଗୁଡ଼ିକୁ ଅଣଦେଖା କରନ୍ତି। ଯାହାଫଳରେ ସଂକ୍ରମଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ସେଥିପାଇଁ ଅନେକ ଗମ୍ଭୀର ରୋଗ ହୋଇଥାଏ । ୟୁରିନ ଇନଫେକ୍ସନ ବୃକକ୍ ରେ ଷ୍ଟୋନ ସୃଷ୍ଟି କରିପାରେ। ଏହା ବ୍ୟତୀତ ମୂତ୍ରନଳୀରେ ସଂକ୍ରମଣ ହୋଇପାରେ, ଯାହା ବହୁତ ଯନ୍ତ୍ରଣା ଦିଏ। ବେଳେବେଳେ ୟୁରିନ ଇନଫେକ୍ସନ ଯୋଗୁଁ ପରିସ୍ରା ନଳୀ ମଧ୍ୟ ସଙ୍କୁଚିତ ହୋଇଯାଏ, ଯାହାର ଚିକିତ୍ସା କରିବା ବହୁତ କଷ୍ଟକର।

ଗ୍ରୀଷ୍ମ ଋତୁରେ,ଡିହାଇଡ୍ରେସନ ଯୋଗୁଁ ପରିସ୍ରା ସଂକ୍ରମଣର ହୋଇଥାଏ। ଏହାର ଲକ୍ଷଣ କହିବାକୁ ଗଲେ ଦିନକୁ କେବଳ ଦୁଇ କିମ୍ବା ତିନିଥର ପରିସ୍ରା ଆସିବା , ପରିସ୍ରା କରିବା ସମୟରେ ସାମାନ୍ୟ ଜଳାପୋଡ଼ା ଅନୁଭବ, ପରିସ୍ରା ହଳଦିଆ କିମ୍ବା ଗାଢ଼ ହେବା, ସର୍ବଦା ମୂତ୍ରନଳୀରେ ସାମାନ୍ୟ ଜଳାପୋଡ଼ା ଅନୁଭବ କରିବା। ଏହି ଲକ୍ଷଣ ସବୁ ଅନୁଭବ ହେବା ମାତ୍ରେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରିସ୍ରା ସଂକ୍ରମଣକୁ ଆରୋଗ୍ୟ କରିହେବ ।

ନିଜକୁ କିପରି ୟୁରିନ ଇନଫେକ୍ସରୁ ରକ୍ଷା କରିବେ..

ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ। ଦିନସାରା ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ଖରାରେ ବାହାରକୁ ଗଲେ ପାଣି ପିଇବାର ପରିମାଣ ବଢ଼ାନ୍ତୁ। ଯଦି ଆପଣ ପାଣି ପିଉନାହାଁନ୍ତି ତେବେ ନିଶ୍ଚିତ ଭାବରେ ଅନ୍ୟ କୌଣସି ତରଳ ପଦାର୍ଥ ପିଅନ୍ତୁ।

ଲସି,ପଇଡ, ଲେମ୍ବୁ ପାଣି, ପଣା ,ଜୁସ୍ ଇତ୍ୟାଦି ଆପଣଙ୍କୁ ହାଇଡ୍ରେଟେଡ୍ ରଖିବାରେ ସାହାଯ୍ୟ କରିବ। ଯଥାସମ୍ଭବ କମ ଖରାରେ ବାହାରକୁ ଯାଆନ୍ତୁ।

 

Comments are closed.