Latest Odisha News

ଜୁନିଅର ଏନଟିଆରଙ୍କ ଜଲୱା: ୨ୟ ସର୍ବାଧିକ ଆୟ କରିଥିବା ଫିଲ୍ମର ଟାଇଟଲ୍‌ ହାତେଇଲା ‘ଦେବରା’

ମୁମ୍ବାଇ: ରିଲିଜ ହୋଇଛି ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା ପାର୍ଟ -୧’। ଶୁକ୍ରବାର ବଡ଼ ପରଦାରେ ଏହି ଫିଲ୍ମ ମୁକ୍ତିଲାଭ କରିଥିବା ବେଳେ ପ୍ରଥମ ଦିନ ଏହା ସବୁ ଭାଷାରେ ୮୨.୫ କୋଟି କଲେକ୍ସନ୍‌ କରିଛି । ଜୁନିଅର ଏନଟିଆରଙ୍କ ଆରଆରଆର ଚଳଚିତ୍ର ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଆକ୍ସନ ବୟଙ୍କ ‘ଦେବାରା ପାର୍ଟ -୧’। ଏହା ଜରିଆରେ ବକ୍ସ ଅଫିସ୍‌ରେ ଚଳିତ ବର୍ଷର ୨ୟ ସର୍ବାଧିକ ଆୟ କରିଥିବା ଫିଲ୍ମର ଟାଇଟଲ୍‌ ହାତେଇଛି।

୨ୟ ଦିନ ସନ୍ଧ୍ୟା ସୁଦ୍ଧା ଫିଲ୍ମଟି ୨୪.୫୪ କୋଟି କଲେକ୍ସନ୍‌ କରିଥିଲା । ଏଥିସହିତ ଏହାର ମୋଟ୍‌ କଲେକ୍ସନ୍‌ ୧୦୭.୦୪ କୋଟି ଟପିଛି । ପ୍ରଥମ ଦିନ ଫିଲ୍ମର ତେଲୁଗୁ ସଂସ୍କରଣ ୭୩.୨୫ କୋଟି ବ୍ୟବସାୟ କରିଥିଲା । ହିନ୍ଦୀରେ ୭.୫ କୋଟି ଏବଂ କନ୍ନଡ଼ ଓ ମାଲାୟାଲମ୍‌ରେ ଯଥାକ୍ରମେ ୩୫ ଲକ୍ଷ ଓ ୪୦ ଲକ୍ଷ କଲେକ୍ସନ୍‌ କରିଥିଲା । ଗତ ୬ ବର୍ଷରେ ପ୍ରଥମ ଥର ବଡ଼ ପରଦାରେ ଏକାକୀ ନାଟକର ମୁଖ୍ୟ ନାୟକ ଭାବେ ନଜର ଆସିଛନ୍ତି ଏନ୍‌ଟିଆର୍‌ । ଫିଲ୍ମ ‘ଆର୍‌ଆର୍‌ଆର୍‌’ ବିଶ୍ୱ ବକ୍ସ ଅଫିସ୍‌ରେ ସଫଳ ହେବା ପରେ ଏହା ତାଙ୍କର ୨ୟ ଫିଲ୍ମ ।

ଏହା କେବଳ ଚଳିତ ବର୍ଷର ଇଣ୍ଡିଆନ୍‌ ଓପନର୍‌ ତାଲିକାର ଶୀର୍ଷରେ ଥିବା ‘କଲ୍‌କି ୨୮୯୮ ଏଡି’ର ପଛରେ ଅଛି। ପ୍ରଭାସ ଷ୍ଟାରର୍‌ ‘କଲ୍‌କି’ ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ୍‌ରେ ୧୭୭ କୋଟି ଏବଂ ଭାରତରେ ନେଟ୍‌ ୧୧୪ କୋଟି କଲେକ୍ସନ୍‌ କରିଥିଲା। ‘ଆର୍‌ଆର୍‌ଆର୍‌’, ‘ବାହୁବଲୀ-୨’, ‘କଲ୍‌କି ୨୮୯୮ ଏଡି’, ‘ସାଲାର: ଭାଗ-୧’ ଓ ‘କେଜିଏଫ୍‌: ଭାଗ ୨’ ପରେ ରିଲିଜ୍‌ର ପ୍ରଥମ ଦିନ ‘ଦେବରା’ ଭାରତର ୬ଷ୍ଠ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି ।

Leave A Reply

Your email address will not be published.