Latest Odisha News

ଗେମଚେଞ୍ଜର ସାଜିବ କି ନାଜାଲ୍‌ କୋଭିଡ୍ ଟିକା?

ନୂଆଦିଲ୍ଲୀ: ନାଜାଲ୍‌ ଟିକା କରୋନା ମହାମାରୀ ପାଇଁ ଏକ ଗେମଚେଞ୍ଜର ସାଜିବ କି? ଜାଣନ୍ତୁ ଏହା ଉପରେ ବିଶେଷଜ୍ଞମାନେ କଣ ମତ ରଖିଛନ୍ତି। ସେମାନଙ୍କ ଅନୁଯାୟୀ, ଇଣ୍ଟ୍ରାନାଜାଲ୍‌ ଟିକା ସଂକ୍ରମଣ ସ୍ଥାନରେ ପ୍ରତିରକ୍ଷା ପ୍ରତିକ୍ରିୟାକୁ ସୁରକ୍ଷିତ କରିପାରିବ। ମହାମାରୀ କ୍ଷେତ୍ରରେ ସଂକ୍ରମଣ ମୁଖ୍ୟ ବାଟ ହେଉଛି ନାକ।

ଏକ ନାଜାଲ୍‌ ସ୍ପ୍ରେ ଟିକା ମଧ୍ୟ ଭୂତାଣୁ ସଂକ୍ରମଣକୁ ଯାଞ୍ଚ କରିବାରେ ସାହାଯ୍ୟ କରିଥାଏ। ଏହି ପଦ୍ଧତି ସିରିଞ୍ଜ ଏବଂ ଛୁଞ୍ଚିର ଆବଶ୍ୟକତାକୁ ମଧ୍ୟ ଦୂର କରିଥାଏ। ଏହାକୁ ପରିଚାଳନା କରିବା ପାଇଁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କର ମଧ୍ୟ ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆପୋଲୋ ଏମ୍‌ଡି।

ଭାରତରେ ନାଜାଲ୍‌ ଟିକା ଉତ୍ପାଦନ ପାଇଁ ପରୀକ୍ଷା ଚାଲିଛି। ଭରତ ବାୟୋଟେକ୍ ଏହାର ଇଣ୍ଟ୍ରାନାସାଲ୍ ଟିକା BBV154 ର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ସମାପ୍ତ କରିଛି ଏବଂ ତଥ୍ୟ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ରେ ଦାଖଲ କରାଯାଇଛି।

 

Comments are closed.