Latest Odisha News

BREAKING NEWS

କୃଣାଳଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦ ଦିନକ ପାଇଁ ଘୁଂଚିଲା

କଲମ୍ବୋ: ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ ଅବସରରେ କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆଜି ହେବାକୁ ଥିବା ୨ୟ ଟି୨୦ ମ୍ୟାଚକୁ ଆସନ୍ତାକାଲିକୁ ଘୁଂଚାଇ ଦିଆଯାଇଛି । ଉଭୟ ଟିମର ଖେଳାଳିମାନଙ୍କୁ ଆଇସୋଲେଶନରେ ପଠାଇ ଦିଆଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା ଖେଳାଳିମାନଙ୍କ ଉପରେ ନଜର ରଖାଯାଇଛି ।

ଖେଳାଳିମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ । ବୁଧବାର ମ୍ୟାଚର ଭାଗ୍ୟ ମଧ୍ୟ ଏହା ଉପରେ ନିର୍ଭର କରେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ୧-୦ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.