Latest Odisha News

BREAKING NEWS

ବାଚାଳାମି କରୁଛନ୍ତି ଟ୍ରମ୍ପ: ଟାରିଫ୍ ପରେ ଏବେ ଭାରତର ଅର୍ଥନୀତିକୁ କହିଲେ ମୃତ, ତଥାପି ଚାହୁଁଛନ୍ତି ଭାରତ ସହ ଚୁକ୍ତି….

ନୂଆଦିଲ୍ଲୀ: ଭାରତ ଉପରେ ଶୁଳ୍କ ଘୋଷଣା ପରେ, ଏବେ ବାଚାଳଙ୍କ ପରି ଭାରତ ଉପରେ ବୟାନ ଦେବାରେ ଲାଗିଛନ୍ତି ଟ୍ରମ୍ପ । ଏବେ ଭାରତର ଅର୍ଥନୀତିକୁ ମୃତ ବୋଲି କହିଛନ୍ତି । ଟାରିଫ୍ ପରେ ଏବେ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ରୁଷ ଉପରେ ତୀବ୍ର ଆକ୍ରମଣ କରିଥିଲା ବେଳେ ସେମାନଙ୍କ କାରବାର ଦ୍ୱାରା ପ୍ରଭାବିତ ବେଶ୍ ପ୍ରଭାବିତ ହେବେ ନାହିଁ ବୋଲି ବନ୍ତବ୍ୟ ଦେଇଛନ୍ତି । ତଥାପି ଭାରତ ସହ ସେ ବାଣିଜ୍ୟ ଚୁକ୍ତି ନେଇ ଆଳୋଚନା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାର ଘୋଷଣା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ବୟାନ ଦେଇଛନ୍ତି । ଭାରତ ଏବଂ ରୁଷକୁ ଟାର୍ଗେଟ କରି ନିଜ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ଲେଖିଛନ୍ତି, ଭାରତ ରୁଷ ସହିତ କ’ଣ କରେ ତାହା ମୋତେ ଚିନ୍ତିତ କରେନାହିଁ । ସେମାନେ ଉଭୟ ମିଶି ତାଙ୍କର ମୃତ ଅର୍ଥନୀତିକୁ ଆହୁରି ତଳକୁ ନେଇପାରନ୍ତି । ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରିଛୁ। ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱର ସର୍ବୋଚ୍ଚ ବାଣିଜ୍ୟ ମଧ୍ୟରୁ ଗୋଟିଏ । ସେହିପରି, ରୁଷ ଏବଂ ଆମେରିକା ପ୍ରାୟ କୌଣସି ବାଣିଜ୍ୟ କରନ୍ତି ନାହିଁ । ଏହାକୁ ସେହିପରି ରହିବାକୁ ଦିଅନ୍ତୁ ବୋଲି ଲେଖିଛନ୍ତି ଟ୍ରମ୍ପ ।

ଅନ୍ୟପଟେ ଟାରିଫ୍ ମଧ୍ୟରେ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି ନେଇ ଆଶାୟୀ ଅଛନ୍ତି ଟ୍ରମ୍ପ । ତେବେ କୁହାଯାୁଛି, ଭାରତ ସହ ବାଣିଜ୍ୟିକ ଚୁକ୍ତି ନେଇ ଟ୍ରମ୍ପ ଏପରି ଆଭିମୁଖ୍ୟ ଏକ ପ୍ରକାର ଭାରତ ଉପରେ ଚାପ  । କିନ୍ତୁ ଭାରତ ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚାହୁଁଛି ।

ଏଥିସହିତ ଟ୍ରମ୍ପ ପୂର୍ବତନ ରୁଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ମେଦଭେଦେବ ଚେତାବନୀ ଦେଇଥିଲେ ଯେ ୱାଶିଂଟନ ଡିସିର ରୁଷ ସହିତ ଅଲ୍ଟିମେଟମ୍ ଖେଳ ଯୁଦ୍ଧର କାରଣ ହୋଇପାରେ। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି, ରୁଷର ବିଫଳ ପୂର୍ବତନ ରାଷ୍ଟ୍ରପତି ମେଦଭେଦେବଙ୍କୁ କୁହନ୍ତୁ, ଯିଏ ଏବେ ବି ନିଜକୁ ରାଷ୍ଟ୍ରପତି ବୋଲି ଭାବନ୍ତି, ତାଙ୍କ କଥା ଉପରେ ନଜର ରଖନ୍ତୁ। ସେ ବହୁତ ବିପଜ୍ଜନକ କ୍ଷେତ୍ରରେ ପ୍ରବେଶ କରୁଛନ୍ତି ।

ତେବେ କହିରଖୁଛୁ, ଭାରତ ବର୍ଷ ବର୍ଷ ଧରି ରୁଷଠାରୁ ପ୍ରତିରକ୍ଷା ଉପକରଣ, ତେଲ ଏବଂ ଶକ୍ତି ସମ୍ବଳ କିଣୁଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତ ରୁଷରୁ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ରଣନୈତିକ ସମ୍ବଳ ଆମଦାନୀ କରିଆସୁଛି, ଯାହାକୁ ଆମେରିକା ସହିପାରୁନି । ବର୍ତ୍ତମାନ ରୁଷ ସହ ଆମେରିକାର ଟିକିଏ ତିକ୍ତତା ରହିଥିବା ବେଳେ ଏବେ ସେ ଭାତ ଉପରେ ଏହାର ରାଗ ସୁଜାଉଛି । ଯଦିଓ ଭାରତ ଏପର୍ଯ୍ୟନ୍ତ ଆମେରିକା ସହିତ ଦୃଢ଼ ସମ୍ପର୍କ ବଜାୟ ରଖିଛି, କିନ୍ତୁ ଏହାର ରୁଷ ସହିତ ଦଶନ୍ଧି ପୁରୁଣା ରଣନୈତିକ ସମ୍ପର୍କ ମଧ୍ୟ ରହିଛି। ଭାରତର ବୈଦେଶିକ ନୀତିର ଆଧାର ହେଉଛି ଏହାର ସ୍ୱୟଂଶାସିତ ଏବଂ ବହୁପାକ୍ଷିକ ଆଭିମୁଖ୍ୟ। ଏହି ସମୟରେ, ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ମଧ୍ୟ ଚାଲିଛି। ଏହା ଉପରେ, ଭାରତ ସରକାର କହିଛନ୍ତି ଯେ ଭାରତ ଏବଂ ଆମେରିକା ଗତ କିଛି ମାସ ଧରି ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି।

Comments are closed.