ଭୁବନେଶ୍ବର: ବେଲ ପତ୍ର ମହାଦେବଙ୍କର ଅତି ପ୍ରିୟ । ତେବେ ଜାଣିଛନ୍ତି ଘରରେ ବେଲଗଛଟିଏ ଥିଲେ ଅନେକ ଶୁଭଫଳ ମିଳିଥାଏ ।
-ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ବେଲ ଗଛ ଘରର ସଦସ୍ୟମାନଙ୍କୁ ଚନ୍ଦ୍ର ଦୋଷରୁ ମୁକ୍ତ ଦିଏ। ଏଥିସହ ମାନସମ୍ମାନ ବଢାଇବାରେ ସାହାଯ୍ୟ କରେ।
-ସେହିପରି ବିଶ୍ୱାସ ରହିଛି, ଘର ଅଗଣାରେ ବେଲଗଛଟିଏ ଲଗାଇଲେ ଓ ଏହାର ନିୟମିତ ପୂଜା କଲେ ସନ୍ତାନ ପ୍ରାପ୍ତିର ସୁଖ ମିଳେ ।
– ବାସ୍ତୁରେ ରହିଛି ଘରର ଅଗଣାରେ ଅବା ବାଡିରେ ବେଲଗଛଟିଏ ଥିଲେ, ନକରାତ୍ମକ ଶକ୍ତି ନଷ୍ଟ ହୋଇ ସକରାତ୍ମକ ଉର୍ଜା ମିଳିଥାଏ ।
– ସେହିପରି ଘରର ଉତ୍ତର ପଶ୍ଚିମ ଦିଗରେ ବେଲଗଛଟିଏ ଥିଲେ ଯଶ ବଢେ । କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ଉତ୍ତର-ପୂର୍ବ ଦିଗରେ ବେଲ ଗଛ ଥିଲେ ସୁଖଶାନ୍ତି ବୃଦ୍ଧିପାଏ। ଜୀବନରେ ମଧୁରତା ଆସିଥାଏ।
-ଘରେ ବେଲଗଛଟିଏ ଥିଲେ ଘରର ବାତାବରଣ ଶୁଦ୍ଧ ହୁଏ ଓ ଗୃହ କଳହରୁ ରକ୍ଷା ମିଳିଥାଏ ବୋଲି କୁହାଯାଏ ।
ଏପରି ଦେଖିବାକୁ ଗଲେ ବେଲପତ୍ର, ଫଳରେ ଅନେକ ଔଷଧୀୟ ଗୁଣ ରହିଛି । ବେଲ ପତ୍ର ନିତିଦିନ ଖାଇଲେ ପେଟ ରୋଗ ଭଲ ହୋଇଥାଏ । ତେଣୁ ଘରେ ବେଲ ଗଛଟିଏ ଲଗାନ୍ତୁ ।
Comments are closed.