Latest Odisha News

BREAKING NEWS

ମହିଳାମାନେ ଋତୁସ୍ରାବ ସମୟରେ କୋଭିଡ-୧୯ ଟିକା ନେଇପାରିବେ କି? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ବିରୁଦ୍ଧରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ନେବାକୁ ଅନୁମତି ନେଇ କେନ୍ଦ୍ର ଘୋଷଣା କରିବାର କିଛି ଦିନ ପରେ, ଅନେକ ମହିଳା ଋତୁସ୍ରାବ ସମୟରେ କୋଭିଡ-୧୯ ଟିକା ନେଇପାରିବେ କି ନାହିଁ ସେ ନେଇ ଚିନ୍ତା ବଢିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ପ୍ରସାରିତ ହେବା ପରେ ମହିଳାମାନେ ଋତୁସ୍ରାବ ସମୟରେ ପାଞ୍ଚ ଦିନ ପୂର୍ବରୁ ଏବଂ ପରେ କୋଭିଡ-୧୯ ଟିକା ଗ୍ରହଣ କରିବା ଉଚିତ ନୁହେଁ ବୋଲି ଏକ ଦାବି ପରେ ଚିନ୍ତା ପ୍ରକଟ କରାଯାଇଥିଲା।

ସୋସିଆଲ ମିଡିଆ ପୋଷ୍ଟ ଦାବି କରିଛି ଯେ ମହିଳାମାନେ ସେମାନଙ୍କ ଋତୁସ୍ରାବର ଅବଧିର ପାଞ୍ଚ ଦିନ ପୂର୍ବରୁ କିମ୍ବା ପରେ ଟିକା ଗ୍ରହଣ କରିବା ଉଚିତ୍ ନୁହେଁ କାରଣ ଏହି ସମୟରେ ସେମାନଙ୍କର “ପ୍ରତିରୋଧକ ଶକ୍ତି ବହୁତ କମ୍ ଥାଏ”।

ଏହି ଦାବିକୁ ଖଣ୍ଡନ କରି ସରକାର ଶନିବାର ଦିନ ଲୋକଙ୍କୁ ଗୁଜବ ପ୍ରଚାର ନକରିବାକୁ ଏବଂ ଟିକାକରଣ କରିବାକୁ ନିବେଦନ କରିଛନ୍ତି। ମିଥ୍ୟା ପ୍ରଚାର ଉପରେ ବିଶ୍ବାସ ନକରିବାକୁ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ପୋଷ୍ଟକୁ ଗ୍ରହଣ କରିବା ଉଚିତ୍ ନୁହେଁ। ଗୁଜବରେ ବିଶ୍ବାସ କରନ୍ତୁ ନାହିଁ! ୧୮ ବର୍ଷରୁ ଅଧିକ ବୟସ୍କମାନେ ମେ ୧ ପରଠୁ ଟିକାକରଣ କରିପାରେିବେ ବୋଲି ସରକାର କହିଛନ୍ତି।”

ଟିକାକରଣ ସହିତ ଋତୁସ୍ରାବର କୌଣସି ସମ୍ପର୍କ ନାହିଁ ବୋଲି ଡାକ୍ତର ଏବଂ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହି ଦାବିକୁ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.