କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, କରୋନା ଭୟରେ ପଡ଼ି ରହିଛି ମୃତଦେହ

ପ୍ରତୀକାତ୍ମକ ଚିତ୍ର

ବୌଦ୍ଧ: କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ । କରୋନା ଭୟରେ ମୃତଦେହ ପାଖରୁ ପରିବାରବର୍ଗ ଓ ସମ୍ପର୍କୀୟ କେହି ଆସୁନାହାନ୍ତି । ୯ ଘଣ୍ଟା ହେବ ଘର ଆଗରେ ମୃତଦେହ ପଡ଼ି ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁରେ । କୁମ୍ଭମେଳାରୁ ଫେରିବା ପରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଗତ ୨୨ ତାରିଖରେ ସେ ନମୁନା ପରୀକ୍ଷା ପାଇଁ ଦେଇଥିଲେ । ଏଯାଏ ରିପୋର୍ଟ ଆସିନାହିଁ । କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ମୃତଦେହ ପାଖକୁ କେହି ଆସୁ ନାହାନ୍ତି ।