Latest Odisha News

ଭାରତରୁ ବିମାନସେବା ଉପରେ ରୋକ ଲଗାଇଲା କାନାଡ଼ା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଗୋଟିଏ ପରେ ଗୋଟିଏ ଦେଶ ବିମାନ ସେବା ଉପରେ ପ୍ରତିବନ୍ଧକ ଜାରି କରୁଛନ୍ତି । ଏବେ କାନାଡ଼ା ସରକାର ଭାରତରୁ ଆସୁଥିବା ବିମାନ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଆସନ୍ତା ୩୦ ଦିନ ଯାଏ କଟକଣା ବଳବତ୍ତର ରହିବ । ଭାରତରେ କରୋନା ସ୍ଥିତି ଉଦବେଗଜନକ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି କାନାଡ଼ା ।

ଭାରତ ସହ ପାକିସ୍ତାନରୁ ବିମାନ ବି କାନାଡ଼ା ଉଡ଼ାଣ ଭରି ପାରିବ ନାହିଁ । କୋଭିଡ୍ ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କାନାଡା ସ୍ପଷ୍ଟ କରିଛି । ସେହିପରି ୟୁଏଇ ମଧ୍ୟ ଭାରତରୁ ଆସୁଥିବା ବିମାନଗୁଡ଼ିକ ଉପରେ ୧୦ ଦିନ ନିଷେଧାଦେଶ ଜାରି କରିଛି । ଆସନ୍ତା ରବିବାରଠୁ ଲାଗୁ ହେବ କଟକଣା ।

Leave A Reply

Your email address will not be published.