Latest Odisha News

ବିବାଦ ଭିତରେ କାନାଡା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ-କହିଲେ, ଭାରତ ସହ ସମ୍ପର୍କ ଆମ ପାଇଁ ଖୁବ ମହତ୍ୱ ରଖେ

ନୂଆଦିଲ୍ଲୀ: ଭାରତ-କାନାଡା ରିସ୍ତାରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବାବେଳେ କାନାଡା ରକ୍ଷା ମନ୍ତ୍ରୀ ବିଲ ବ୍ଲେୟର ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବ୍ଲେୟର ଭାରତ ସହ କାନାଡାର ସମ୍ପର୍କକୁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଜାଣୁ ଭାରତ ସହ ଆମର ସମ୍ପର୍କ ଚରମ ସୀମାରେ ପହଞ୍ଚିଛି । ତେବେ  ଆମର ଦାୟିତ୍ୱ ରହିଛି ଯେ, ଆମେ ଘଟଣାର ତଦନ୍ତ କରିବୁ ଏବଂ ପ୍ରକୃତ ସତ୍ୟ ପାଖରେ ପହଞ୍ଚିବୁ ।

ଜଣେ ବରିଷ୍ଠ ଆମେରିକୀ ରାଜନେତା ଗତକାଲି କହିଛନ୍ତି, ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଆଣିଥିବା ବଡ ଅଭିଯୋଗ ପଛରେ ରହିଛି ଫାଇଭ ଆଇଜ ଆଲିଆନ୍ସ (Five Eyes Alliance)ର ତଥ୍ୟ । ଆମେରିକା ପ୍ରଥମ ଥର ପାଇଁ   ଫଇଭ ଆଇଜ ଆଲିଆନ୍ସର ଗୁଇନ୍ଦା ତଥ୍ୟ ସେୟାର କରିଛି ଏବଂ ଏହି କାରଣରୁ କାନାଡା ପିଏମ  ନିଜ୍ଜର ହତ୍ୟା ମାମଲାରେ  ଭାରତୀୟ ଏଜେଣ୍ଟଙ୍କର ସଂପୃକ୍ତି ଥିବା ଅଭିଯୋଗ ଆଣିଥିବା କହିଛି ।

ଏଠି କହିରଖିବୁ, ଫାଇଭ ଆଇଜ ଆଲିଆନ୍ସ ଏକ ଗୁଇନ୍ଦା ସଂସ୍ଥା ଯେଉଁଥିରେ ଆମେରିକା, ୟୁକେ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ କାନାଡା ପରି ୫ଟି ଦେଶ ସାମିଲ ଅଛନ୍ତି ।  ଆମେରିକା ରାଜନେତାଙ୍କର ଏହି ବୟାନ କାନାଡା ବିଦେଶ ମନ୍ତ୍ରୀଙ୍କ ବୟାନର ଦିନକ ପରେ ଆସିଥିଲା । କାନାଡା ବିଦେଶ ମନ୍ତ୍ରୀ କହିଥିଲେ,  ଆମେରିକା ଏହି ଅଭିଯୋଗ ଉପରେ ଗଭୀର ଭାବେ ବିଚାର କରୁଛି ଏବଂ ଏହି ଅଭିଯୋଗ ପଛରେ କେତେ ସତ୍ୟତା ରହିଛି  ଅନୁସନ୍ଧାନ କରୁଛି ।

କିଛି ଦିନ ତଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା ନେଇ  ଅଭିଯୋଗ ଆଣିଥିଲେ । ଜଷ୍ଟିନ ଟ୍ରୁଡୋ କହିତିଲେ, ନିଜ୍ଜରଙ୍କୁ ଗୁଳିକରି ହତ୍ୟା କରିବା ପଛରେ ଭାରତ ସରକାରଙ୍କ ଏଜେଣ୍ଟର ହାତ ରହିଛି । ଅନ୍ୟପକ୍ଷେ କାନାଡାର ଏପରି ଅଭିଯୋଗକୁ ଭାରତ ଖଣ୍ଡନ କରିଛି । ।

Leave A Reply

Your email address will not be published.