Latest Odisha News

BREAKING NEWS

ଯାଜପୁରରେ ବିଜେପିକୁ ଶକ୍ତ ଝଟକା: ଇସ୍ତଫା ଦେଲେ ୨୦୦ରୁ ଉର୍ଦ୍ଧ୍ବ କର୍ମୀ

ଯାଜପୁର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି  । ଯାଜପୁର ଭାରତୀୟ ଜନତା ପାର୍ଟିର ଯୁବ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ,  ଜିଲ୍ଲା ସାଧାରଣ ସମ୍ପାଦକ ହୃଷୀକେଶ ମେକାପଙ୍କ ସହ ଦୁଇଶହରୁ ଅଧିକ କର୍ମୀ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଯାଜପୁରର ପାନ୍ଥନିବାସ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ମିଳିଛି ।  ଜିଲା ନେତୃମଣ୍ଡଳୀ ମାନେ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରି ଆସୁଥିବା କର୍ମୀଙ୍କ ସୁଖ ଦୁଃଖରେ ଛିଡା ନହେବା, କର୍ମୀ ମାନଙ୍କୁ ସହଯୋଗ ନକରିବା, କର୍ମୀ ମାନଙ୍କୁ ଅଣଦେଖା କରିବା କାରଣରୁ ଶେଷରେ ଦଳ ଛାଡ଼ିବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି ।

ଏଥିସହ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ସମସ୍ତ କାର୍ଯ୍ୟରେ କର୍ମୀ ମାନଙ୍କୁ ଅସହଯୋଗ କରୁଥିବାରୁ କର୍ମୀ ମାନଙ୍କର ଦଳ ପ୍ରତି ଅସନ୍ତୁଷ୍ଟ ବଢିବାରେ ଲାଗୁଥିଲା ।  ପରିଶେଷରେ ଜିଲ୍ଲାରେ ନେତୃତ୍ବ ନେଉଥିବା ସଭାପତିଙ୍କ ଉପରେ ଆଶା ଭରସା ନ ରଖି ପାରି ଦଳରୁ ସାମୁହିକ ଇସ୍ତପା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଯାଜପୁର ଜିଲ୍ଲାରେ ଯେଉଁ  ଦଳ ବିକାଶ କରୁଛି ଏବଂ ସମସ୍ତ ସୁଖ ଦୁଃଖରେ ଛିଡା ହେଉଛି , ଆମେ ସେହି ଦଳରେ ରହି କାର୍ଯ୍ୟ କରିବୁ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.