Latest Odisha News

BREAKING NEWS

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହାଣିବା ପରେ କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଗୋଟିଏ ହାତରେ କଟାମୁଣ୍ଡ, ଆଉ ଗୋଟିଏ ହାତରେ କଟୁରୀ

ଢେଙ୍କାନାଳ: ଗୋଟିଏ ହାତରେ କଟାମୁଣ୍ଡ, ଆଉ ଗୋଟିଏ ହାତରେ କଟୁରୀ । ସ୍ତ୍ରୀକୁ ନିଜ ହାତରେ ମାରିବା ପରେ ରାସ୍ତାରେ ଚାଲି ଚାଲି ଯାଉଛି ସ୍ୱାମୀ । ଏ ଦୃଶ୍ୟ ଏତେ ବିଭତ୍ସ ଯେ, ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିବା ପରେ କଟାମୁଣ୍ଡକୁ ହାତରେ ଧରି ୧୨ କିଲୋମିଟର ଚାଲି ଚାଲି ଯାଇଛି ସ୍ୱାମୀ । ରାସ୍ତାରେ ଲୋକେ ଦେଖିବା ପରେ ଜଙ୍ଖିରା ନିକଟରେ ଅଟକାଇଥିଲେ । ପୋଲିସ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖିବା ସହ କଟାମୁଣ୍ଡ ଜବତ କରିଛି ।

ସ୍ତ୍ରୀ ଶୁଚଳା ମାଝୀକୁ ହତ୍ୟା ପରେ ଚାଞ୍ଚଲ୍ୟକର ବୟାନ ଦେଇଛି ସ୍ୱାମୀ । କହିଛି, ପରପୁରୁଷ ସହ ସ୍ତ୍ରୀକୁ ତିନି ତିନିଥର ଦେଖିଥିଲି । ମୁଁ ମୂଲ ଲାଗିବା ଲୋକ । ବହୁ କଷ୍ଟରେ ଦୁଇ ଛୁଆଙ୍କୁ ପାଠ ପଢ଼େଇଲି । କିନ୍ତୁ ମୂଲ ଲାଗି ଘରୁକୁ ଫେରିଲେ ମୋତେ ଖାଇବାକୁ ମିଳେ ନାହିଁ । ସ୍ତ୍ରୀକୁ ପର ପୁରୁଷ ସହ ଦେଖେ । ଆଉ ସମ୍ଭାଳି ନପାରି ରାତି ୩ଟାରେ କଟୁରୀରେ ବେକ କାଟି ଦେଲି । ପୋଲିସ ହତ୍ୟାକାରୀ ନାକଫୋଡ଼ି ମାଝୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Leave A Reply

Your email address will not be published.