ନୂଆଦିଲ୍ଲୀ: କାନାଡା ସୋମବାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନାଭାଇରସ୍ ଟିକା ବ୍ୟବହାରକୁ ୫୫ ବର୍ଷରୁ କମ୍ ଲୋକଙ୍କ ପାଇଁ ସ୍ଥଗିତ ରଖିଛି।
ପ୍ରତିରକ୍ଷା ସମ୍ବନ୍ଧୀୟ ଜାତୀୟ ପରାମର୍ଶଦାତା କମିଟି ନିରାପତ୍ତା କାରଣରୁ ଏହି ଟିକା ବ୍ୟବହାରକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ୫୫ ବର୍ଷରୁ କମ୍ ବୟସ୍କମାନଙ୍କୁ ଆଷ୍ଟ୍ରା ଜେନେକା କୋଭିଡ-୧୯ ଟିକା ଯୋଗାଇବାର ଲାଭ ବିଷୟରେ ଅନେକ ଅନିଶ୍ଚିତତା ରହିଥିବା ଯୋଗୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
ଜାତୀୟ ପରାମର୍ଶଦାତା କମିଟିର ଉପାଧ୍ୟକ୍ଷ ଶେଲି ଡିକ୍ସ କହିଛନ୍ତି ଯେ ୟୁରୋପର ନୂତନ ତଥ୍ୟ ଆଧାରରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବର୍ତ୍ତମାନ ୧୦୦,୦୦୦ ରୁ ଅଧିକ।
ଏହାର ବ୍ୟବହାର ଦ୍ବାରା ଏକ ବିରଳ କିନ୍ତୁ ଅତ୍ୟନ୍ତ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମୁଖ୍ୟତଃ ୟୁରୋପର ଯୁବତୀମାନଙ୍କଠାରେ ଦେଖିବାକୁ ମିଳିଛି।
Comments are closed.