Latest Odisha News

ଖୁବ ଶୀଘ୍ର ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ!

ଅଟଓ୍ବା: ଆଜି ଇସ୍ତଫା ଦେଇପାରନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ପ୍ରଧାନମନ୍ତ୍ରୀ ପଦ ସମେତ ଲିବରାଲ୍ ପାର୍ଟି ଲିଡର୍‌ରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ । ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲିବରାଲ୍ ପାର୍ଟିର ନେତା ପଦରୁ ଇସ୍ତଫା ଦେବେ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାତୀୟ କକସ ବୈଠକରେ ସେ ଇସ୍ତଫା ନେଇ ଘୋଷଣା କରିପାରନ୍ତି ।

କୁହାଯାଉଛି, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ର୍ନିବାଚିତ ହେବା ପରେ ଟ୍ରୁଡୋଙ୍କ ଉପରେ ଚାପ ବଢିବାରେ ଲାଗିଛି । ଯେଉଁ କାରଣରୁ ଲିବରାଲ୍ ପାର୍ଟି ଭିତରେ ବଢୁଥିବା କଳହ ଏବଂ ସଦସ୍ୟଙ୍କ ଚାପ ବଢୁଥିବା କାରଣରୁ ଟ୍ରୁଡୋ ଇସ୍ତଫା ଦେଇପାରନ୍ତି ବୋଲି ଶୁଣିବାକୁ ମିଳିଛି । ନିକଟରେ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ଇସ୍ତଫା ଦେଇଥିଲେ । ଯାହା ଏବେ ଇସ୍ତଫା ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ତେବେ ଗତ କିଛି ଦିନ ହେଲା ଭାରତ ଓ କାନାଡା ସଂପର୍କ ବିଗିଡିବାରେ ଲାଗିଥିବାବେଳେ, ଜଷ୍ଟିସ ଟ୍ରୁଡୋଙ୍କ ଇସ୍ତଫା ଭାରତ ପାଇଁ ଖୁସି ଖବର ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳରେ କାନାଡ଼ାର ସଂପର୍କ ଅନେକ ଦେଶମାନଙ୍କ ସମେତ ଭାରତ ସହ ମଧ୍ୟ ଖରାପ ହୋଇଛି ।

Leave A Reply

Your email address will not be published.