Latest Odisha News

BREAKING NEWS

କରୋନା ଟିକା ନେବା ଖୁସିରେ ଫ୍ରୋଜେନ୍‌ ଲେକ୍‌ରେ ଭଙ୍ଗ୍‌ଡା ନାଚିଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ମାର୍ଚ୍ଚ ୨ ତାରିଖରେ ଜଣେ କାନାଡିଆନ ନୃତ୍ୟଶିଳ୍ପୀ ଗୁରୁଦୀପ ପାଣ୍ଡିର୍ କୋଭିଡ୍ ଟିକା ନେଇଥିଲେ। ଏହା ପରେ ସେ କ’ଣ କରିଛନ୍ତି ଅନୁମାନ କରିଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟୁଇଟର୍‌ରେ ଏକ ପୋଷ୍ଟରେ ଗୁରୁଦୀପ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ସୂଚନା ଦେଇଛନ୍ତି ଯେ ଟିକା ଗ୍ରହଣ କରିବା ପରେ ସେ ସିଧା ୟୁକୋନର ବରଫାବୃତ ହ୍ରଦକୁ ଯାଇ ସେଠାରେ ଭଙ୍ଗ୍‌ଡା ନାଚିଥିଲେ। ନିଜ ତଥା ଅନ୍ୟମାନଙ୍କ ଭିତରେ ସକରାତ୍ମକତା ବିଚାରଧାରା ଏବଂ ଖୁସି ପ୍ରସାର କରିବା ପାଇଁ ସେ ଏମିତି କରିଥିଲେ ବୋଲି ଗୁରୁଦୀପ କହିଥିଲେ।

ସେ ପୋଷ୍ଟ କରିଥିବା ଭିଡିଓରେ ୫୫ ସେକେଣ୍ଡର କ୍ଲିପ୍ ରହିଛି। ଯେଉଁଥିରେ ଗୁରୁଦୀପ ଟିକାକରଣ ପରେ ବରଫାବୃତ ହ୍ରଦ ଉପରେ ପଞ୍ଜାବର ପ୍ରସିଦ୍ଧ ନୃତ୍ୟ ଶୈଳୀ ଭଙ୍ଗ୍‌ଡା ଷ୍ଟେପ୍ କରିଥିଲେ।

ଏହା ସେ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ କାନାଡା ତଥା ଅନ୍ୟାନ୍ୟ ସ୍ଥାନକୁ ପଠାଉଛନ୍ତି ବୋଲି କହିଛନ୍ତି ଗୁରୁଦୀପ।

ଟୁଇଟରରେ ଏକ ଲକ୍ଷରୁ ଅଧିକ ଭ୍ୟୁ ସହ ଗୁରୁଦୀପଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.