Latest Odisha News

BREAKING NEWS

ବେରୀ ଶର୍ମନ ଓ ପତ୍ନୀଙ୍କ ହତ୍ୟାକାରୀକୁ ଧରାଇଦେଲେ ମିଳିବ ୨୯୦ କୋଟି !

ଆଟୋଂରିଆ: ବିଶ୍ୱର ବଡ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ଏପୋଟେକ୍ସର ଫାଉଣ୍ଡର ବେରୀ ଶର୍ମନ ଓ ପତ୍ନୀଙ୍କୁ ହତ୍ୟା କରାଯାଇଛି । ପରିବାର ପକ୍ଷରୁ ଆଜି ହତ୍ୟାକାରୀକୁ ଧରାଇଦେଲେ ୨୯୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି । ପୋଲିସକୁ ତଦନ୍ତରେ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ । ୧୫ ଡିସେମ୍ବର ୨୦୧୭ରେ ଏହି କୋଟିପତି ଦମ୍ପତିଙ୍କ ମୃତଦେହ କାନାଡାସ୍ଥିତ ଘରୁ ମିଳିଥିଲା । କେହି ଜଣେ ବେଲ୍ଟ ବାନ୍ଧି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଇଛି ।

ସେ ସମୟରେ ହତ୍ୟାକାରୀକୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲେ ମଧ୍ୟ ବିଶେଷ ଲାଭପ୍ରଦ ହୋଇ ନ ଥିଲା । ଏବେ ଏହାକୁ ଆହୁରି ୩ଗୁଣ ବଢ଼େଇ ଦିଆଯାଇଛି । ବୈରୀ ଶର୍ମନ ୧୯୭୪ରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । କମ୍ପାନୀ ପକ୍ଷରୁ ୫୦ ମିଲିୟନ ଡଲାର ଚ୍ୟାରିଟି ପାଇଁ ପ୍ରଦାନ କରାଯାଇଥାଏ । ତାଙ୍କ ମୃତ୍ୟୁ ପଛରେ ନିକଟସ୍ଥ ଲୋକଙ୍କ ହାତଥିବା ପୋଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.