Latest Odisha News

୨୦୨୪ ପାଇଁ ଚେଲାକୁମାରଙ୍କ ମାନସମନ୍ଥନ; ରାଜ୍ୟ ସରକାରଙ୍କୁ କଲେ କଟାକ୍ଷ

ଭୁବନେଶ୍ୱର: ବଳ ଗୋଟାଉଛି ହାତ ଦଳ । ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ପ୍ରଭାରୀ ଡ. ଏ. ଚେଲାକୁମାରଙ୍କ ଗୁରୁ ମନ୍ତ୍ର । ୨୦୨୪ ର ଲକ୍ଷ୍ୟ ହାତସେ ହାତ ଯୋଡୋ  । କଂଗ୍ରେସ ଭବନରେ ପିସିସି ସଭାପତି ଶରତ  ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ କରିଛନ୍ତି ମାନସମନ୍ଥନ । ଆଗାମୀ ନିର୍ବାଚନ ପାଇଁ ଦଳର ନୂଆ ରଣନୀତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଆଇସିସି ଯୋଜନା ଅନୁସାରେ ରାଜ୍ୟରେ ବି ଗଣକାର୍ଯ୍ୟକ୍ରମ ଆୟୋଜିତ ହେବ । ଘରକୁ ଘର ଯିବେ ଦଳୀୟ ନେତା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ନେଇ ଦଳ ଲୋକଙ୍କୁ ଅବଗତ କରିବ ଦଳ ।

ପଦ୍ମପୁର ଉପନିର୍ବାଚନକୁ ମକେରୀ ଅଫ୍ ଡେମୋକ୍ରାସି ବୋଲି କହିଛନ୍ତି ଚେଲାକୁମାର । ମନି ପାଓ୍ୱାର ଓ ମସଲ୍ ପାଓ୍ୱାରରେ ବିଜେଡି ଜିତାପଟ ହାସଲ କରିଥିବା ସେ କହିଛନ୍ତି । ଏବଂ ବିଜେଡିକୁ ଭୋଟ୍ ବିକିବା ପ୍ରଶ୍ନରେ ସେ କହିଛନ୍ତି, କଂଗ୍ରେସକୁ ବ୍ଲେମ୍ କରିବା ପାଇଁ ଉଭୟ ବିଜେପି ଓ ବିଜେଡିଙ୍କ ଚିରାଚରିତ ନୀତି । ବାସ୍ତବତା ହେଉଛି, ଉଭୟ ବିଜେପି ଓ ବିଜେଡି ହାଇଡ୍ ଆଣ୍ଡ ସିକ୍ ଗେମ୍ ଖେଳିବାରେ ଅଭ୍ୟସ୍ତ ।

ଏହା ବାଦ୍ ରାଜ୍ୟ ସରକାରଙ୍କୁ ଆଉ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ଚେଲାକୁମାର । ଯଦି ସରକାର ଏତେ ସ୍ୱଚ୍ଛ, ତେବେ ନୈତିକତା ଦେଖାଇ ଖଣି ଦୁର୍ନୀତି ଓ ଚିଟଫଣ୍ଡ ଦୁର୍ନୀତିର ଦୋଷୀଙ୍କୁ ପ୍ରଥମେ ଦଣ୍ଡିତ କରନ୍ତି । ନୋଚେତ୍ ଲୋକଙ୍କୁ ଜମା ଭୁତାଇବାକୁ ଚେଷ୍ଟା କରନ୍ତୁନି ବୋଲି କହିଛନ୍ତି ଚେଲାକୁମାର ।

Leave A Reply

Your email address will not be published.