Latest Odisha News

BREAKING NEWS

ନିଜ କାର୍ଯ୍ୟାଳୟରେ ଦୀପ ପ୍ରଜ୍ଵଳନ କରି ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଜଷ୍ଟିନ୍‌ ଟ୍ରୁଡୋ

ନୂଆଦିଲ୍ଲୀ: ଭାରତ ଭଳି ଅନ୍ୟ ଦେଶମାନଙ୍କରେ ମଧ୍ୟ ବେଶ୍‌ ଧୁମ୍‌ଧାମ୍‌ରେ ଦିୱାଲୀ ପର୍ବ ପାଳନ କରାଯାଏ। ଏହି ପର୍ବ ପାଳନ କରିବା ପାଇଁ ଦୁନିଆର ଲୋକମାନେ ଉତ୍ସାହର ଚାହିଁ ରହିଥାନ୍ତି। କରୋନା ହେତୁ ଏଥର ଲୋକମାନେ ନିଜସ୍ୱ ଶୈଳୀରେ ଉତ୍ସବ ପାଳନ କରୁଛନ୍ତି। ଦିୱାଲୀ ପାଳନ କରି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି। ସମସ୍ତଙ୍କୁ ଦିୱାଲୀ ଶୁଭେଚ୍ଛା ଜଣାଇ ଟ୍ରୁଡୋ ଭର୍ଚୁଆଲ୍ ଦିୱାଲୀ ଉତ୍ସବର ଫଟୋ ମଧ୍ୟ ସେୟାର କରିଛନ୍ତି।
ଦିୱାଲୀ ଶୁଭେଚ୍ଛା ଜଣାଇବାବେଳେ ଟ୍ରୁଡୋ ଟୁଇଟ୍ କରି କହିଛନ୍ତି, ଦିୱାଲୀ ଆମକୁ ମନେ ପକାଇ ଦେଇଛି ଯେ ସତ୍ୟ, ଆଲୋକ ଏବଂ ଭଲ ସର୍ବଦା ଜିତି ଆସିଛି ଏବଂ ଆଗକୁ ବି ଜିତିବ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ବକୁ ପାଳନ କରିବା ପାଇଁ, ମୁଁ ସନ୍ଧ୍ୟାରେ ଭର୍ଚୁଆଲ୍ ଫେଷ୍ଟିଭାଲରେ ଭାଗ ନେଇଥିଲି। ସମସ୍ତଙ୍କୁ ଦିୱାଲୀର ଶୁଭେଚ୍ଛା।

 

Comments are closed.