Latest Odisha News

ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ଗଞ୍ଜାମରୁ ଉଦ୍ଧାର

ବ୍ରହ୍ମପୁର: କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁଙ୍କୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ଗଂଜାମ ହେଉଛି ତପନଙ୍କ ଶ୍ବଶୁର ଘର ଏରିଆ। ସେ ନିଜ କାର୍ଯ୍ୟାଳୟ କଟକ ବଡମ୍ବା ଆସୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ଏବେ ତିନି ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି।

ଗତ 3 ଦିନ ହେବ ନିଖୋଜ ଥିବା ତପନ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ଗିରିସୋଲାରୁ ଉଦ୍ଧାର କରାଯାଇଛି। ସେ ନିଜ ମୋଟର ସାଇକେଲ ଯୋଗେ ଆନ୍ଧ୍ରପ୍ରଦେଶରୁ ଗିରିସୋଲା ଯାଉଥିବା ବେଳେ ତାଙ୍କୁ ଠାବ କରାଯାଇ ଗୋଳନ୍ଥରା ଥାନାକୁ ନିଆଯାଇଥିଲା।

ତପନ ସାହୁ କିପରି ବଡମ୍ବାରୁ ନିଖୋଜ ହୋଇ ଗଞ୍ଜାମ ଜିଲ୍ଲାରେ ପହଂଚିଥିଲେ ତାହା ଏବେ ବି ଅସ୍ପଷ୍ଟ ରହିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୋଳନ୍ଥରା ପୁଲିସ ତାଙ୍କୁ ନିଜ ହେପାଜତକୁ ନେଇ ତାଙ୍କ ନିଖୋଜ ସମ୍ପର୍କରେ ପଚରାଉଚରା କରିଥିଲା। ପରେ ତାଙ୍କୁ ବାଙ୍କୀସ୍ଥିତ ବୈଦେଶ୍ୱର ପୁଲିସକୁ ହସ୍ତାନ୍ତର କରାଯାଇଛି। କାରଣ ସେ ନିଖୋଜ ହୋଇଥିବା ନେଇ ଏହି ଥାନାରେ ପ୍ରଥମେ ଅଭିଯୋଗ ହୋଇଥିଲା।

ପୁଲିସ ତପନ ସାହୁଙ୍କୁ ଖୋଜିବାରେ ଅବହେଳା କରୁଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ତେବେ ମୋବାଇଲ ଟ୍ରାକିଂ ଆଧାରରେ ତପନ ସାହୁଙ୍କୁ ଉଦ୍ଧାର କରାଯାଇଥିବା ଗୋଳନ୍ଥରା ପୁଲିସ କହିଛି। ତପନ ସାହୁ କେଉଁ ପରିସ୍ଥିତିରେ ନିଖୋଜ ଓ ଉଦ୍ଧାର ହୋଇଛନ୍ତି ସେନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.