Latest Odisha News

BREAKING NEWS

୩୦ ବର୍ଷରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି: ଷ୍ଟଡି

ଏଡିନବର୍ଗ: ଦିନକୁ ଦିନ ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଏକ ଷ୍ଟଡିରେ ଖୁଲାସା କରାଯାଇଛି ଯେ, ୩୦ ବର୍ଷ ମଧ୍ୟରେ ୮୦ ପ୍ରତିଶତ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୧୯୯୦ରେ ୧୮.୨ ଲକ୍ଷ କ୍ୟାନ୍ସର ରୋଗୀ ଥିଲେ । ୨୦୧୯ ବେଳକୁୂ ଏହାର ସଂଖ୍ୟା ୩୨.୬ରେ ପଂହଚିଛି । ସବୁଠାରୁ ଚିନ୍ତାର ବିଷୟ ୫୦ ବର୍ଷରୁ କମ ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହା ବୃଦ୍ଧି ଘଟିଛି । ବିଏମଜି ଓକନୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁସାରେ ଖରାପ ଖାଦ୍ୟ ପାନୀୟ, ମଦ୍ୟପାନ, ତମ୍ବାଖୁ, ଶାରୀରିକ ନିଷ୍କ୍ରିୟତା ଓ ମେଦବହୂଳତା କ୍ୟାନ୍ସର ରୋଗର ପ୍ରମୁଖ କାରଣ ବୋଲି ଷ୍ଟଡିରେ କୁହାଯାଇଛି ।

୧୯୯୦ରୁ ୨୦୧୯ ମଧ୍ୟରେ ଏ ନେଇ କଣ ପରିବର୍ତନ ଘଟିଛି ସେ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ୧୯୯୦ ପରଠାରୁ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା । ଏହା ପଛକୁ ଶ୍ୱାସନଳୀ ଓ ପ୍ରୋଷ୍ଟେଟ ରୋଗୀଙ୍କ ସଂଖ୍ୟା ରହିଛି । ୨୦୧୯ ପର୍ଯ୍ୟନ୍ତ ୧୦.୦୯ ଲକ୍ଷ ଲୋକଙ୍କ ଏଥିରେ ମୃତ୍ୟୁ ଘଟିଛି । ୧୯୯୦ ତୁଳନାରେ ଏହା ୨୭ ପ୍ରତିଶତ ବୃଦ୍ଧି ପାଇଛି । ଆଗକୁ ସତର୍କତା ଅବଲମ୍ବନ ନ କଲେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.