Latest Odisha News

BREAKING NEWS

ତାମିଲନାଡୁ ସଲିମରେ ଛାତିଥରା ଦୁର୍ଘଟଣା, ୬ ମୃତ: ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଚେନ୍ନାଇ: ତାମିଲନାଡୁର ସଲିମରେ ଛାତିଥରା ଦୁର୍ଘଟଣା  । ନିମିଷକରେ ଚାଲିଗଲା ୬ଜଣଙ୍କ ଜୀବନ  । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସୂଚନା ଅନୁସାରେ ତାମିଲନାଡୁର ସେଲମ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି  । ସଙ୍କାରୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ- କାର ମଧ୍ୟରେ ଧକ୍କା ହୋଇଛି  । ଫଳରେ ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି  । ଭ୍ୟାନରେ ୮ ଜଣ ଯାତ୍ରୀ ଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି  । ମୃତକଙ୍କ ମଧ୍ୟରେ କିଛି ଛୋଟ ଶିଶୁ ଥିବା ଜଣାପଡିଛି  । ମୃତକ ମାନେ ସଲଭାରାଜ, ଏମ ଏରୁମୁଗାମ, ମଞ୍ଜୁଳା, ପାଲାନିସାମି, ପାପାଥୀ ଓ ଆର ସେଞ୍ଜନା ବୋଲି ଜଣାପଡିଛି  । ସମସ୍ତ ମୃତକ ପେରୁନ୍ଦୁରାଇ ହରିଜନ କଲୋନୀର ବୋଲି ଜଣାପଡିଛି  ।

କୌଣସି କାମରେ ଏମାନେ ସେଲମରୁ ଇରୋଡ୍ ଫେରୁଥିବାବେଳେ ଆଜି ଭୋର ସକାଳେ ଏଭଳି ଅଘଟଣ ଘଟିଛି । ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ କାରଟି ତାକୁ ପଛ ପଟୁ ଧକ୍କା ଦେଇଥିଲା  । ଏ ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ  ।  ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଦୁଇ ଜଣ ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି  । ସମ୍ପୂର୍ଣ୍ଣ ଘଟଣାଟି ସିସି ଟିଭି ଫୁଟେଜରେ କଏଦ ହୋଇଛି  । ଯାହାକୁ ଆଧାର କରି ପୋଲିସ ତଦନ୍ତ କରୁଛି  ।

Leave A Reply

Your email address will not be published.