କଟକ: ନିକଟରେ ରିଲିଜ୍ ହୋଇଯାଇଛି ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ପୁଷ୍କରା । ଏହି ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଶନିବାର କଟକର ସଙ୍ଗମ ଫିଲ୍ମ ହଲରେ କେତେକ ଚିକିତ୍ସାଧୀନ କ୍ୟାନସର ଯୋଦ୍ଧା ଓ ତାଙ୍କ ପରିବାର ଏହି ଫିଲ୍ମକୁ ଦେଖିଛନ୍ତି । ଫିଲ୍ମ ଶେଷରେ ସେମାନଙ୍କୁ ଭେଟିଥିଲେ ଅଭିନେତା ସବ୍ୟସାଚୀ ନାୟକ । ଏହା ସେମାନଙ୍କ ପାଇଁ ଏକ ସରପ୍ରାଇଜ୍ ଥିଲା । ଜୀବନ ଓ ମୃତ୍ୟୁ ମଧ୍ୟରେ ପୁଷ୍କରାର କାହାଣୀକୁ, ମୃତ୍ୟୁ ସହ ପ୍ରତି ଦିନ ଲଢ଼ୁଥିବା ସଂଗ୍ରାମୀମାନଙ୍କ ମନରେ ଜୀବନ ପାଇଁ ଏକ ଆଶା ସୃଷ୍ଟି କରିଥିବ ବୋଲି ସବ୍ୟସାଚୀ କହିଛନ୍ତି ।
ଏହି ଫିଲ୍ମରେ ସବ୍ୟସାଚୀ, ସୁପ୍ରିୟା, ଚୌଧୁରୀ , ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତି ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି । ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ । ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ । ‘ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି । ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ରମେଶ ବାରିକ ଏହାର ନିର୍ମାତା । ଏହାର ସଙ୍ଗୀତକାର ହେଉଛନ୍ତି ବିଭୂତି ଭୂଷଣ ଗଡ଼ନାୟକ ।
Comments are closed.