Latest Odisha News

ନିଆରା ପ୍ରେମ: କ୍ୟାନସର ସହ ଲଢ଼ୁଥିଲେ ଆଉ ଏକ ହୋଇଗଲେ

ଭୁବନେଶ୍ୱର: ପ୍ରେମକୁ ବୁଝିବା କଷ୍ଟ । ଏହାର କେତେ ରୂପ ଅଛି ତାହା ସାଧାରଣ ମଣିଷ ଜାଣି ପାରିବ ନାହିଁ । ମିଳନ ଓ ବିରହରେ ବି ପ୍ରେମ ହୋଇଥାଏ । ଆମେରିକାର ଉଥାହରେ ଏ ଭଳି ଏକ ନିଆରା ପ୍ରେମ କାହାଣୀ ଘଟିଛି । ଆଲେକ୍ସିସ ଗୋଲ୍ଡ ଷ୍ଟାଫର୍ଡ ଓ ରିକି ଷ୍ଟାଫୋର୍ଡ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସା ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ସମୟରେ ସେମାନେ କେତେକ ଫଟୋ ସୋସିଆଲ ସାଇଟରେ ଛାଡିଥିଲେ, ଯାହାକି ଭାଇରାଲ ହୋଇଥିଲା ।

୨୦୧୫ରେ ଆଲେକ୍ସି ନ୍ୟୁରୋବ୍ଲାଷ୍ଟୋମା କ୍ୟାନସରରେ ଓ ୨୦୧୪ରେ ରିକି ଆକ୍ୟୁଟଲିମ୍ପୋବ୍ଲାଷ୍ଟିକରେ ଆକ୍ରାନ୍ତ ହୋଇଥିଲେ । ସେମାନେ ପ୍ରାୟତଃ ସମବୟସ୍କ ହୋଇଥିବାରୁ ଡାକ୍ତରଖାନାରେ ବନ୍ଧୁ ପାଲଟି ଯାଇଥିଲେ । ଧିରେ ଧିରେ ବନ୍ଧୁତା ନୀବୀଡ ହେଲା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଶେଷରେ ୧୫ ସେପ୍ଟମ୍ବର ୨୦୧୮ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ରିକି ଏବେ ସମ୍ପୂର୍ଣ୍ଣ ଭାବେ କ୍ୟାନସରକୁ ହରାଇ ସାରିଥିବା ବେଳେ ଆଲେକ୍ସିଙ୍କ କିନ୍ତୁ ଚିକିତ୍ସା ଚାଲିଛି । ଡାକ୍ତରଙ୍କ କହିବା ଅନୁସାରେ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ । ପ୍ରେମ ଯୋଗୁ ଏବେ ସେମାନେ ସୋସିଆଲ ସାଇଟରେ ନୂତନ ଷ୍ଟାର ସାଜିଛନ୍ତି କହିଲେ ଭୁଲ ହେବନି ।

Comments are closed.