Latest Odisha News

BREAKING NEWS

୨୦୧୬ ଜୁଡିସିଆଲ ପରୀକ୍ଷାର ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୧୬ ମସିହାରେ ଅତିରିକ୍ତ ଜିଲ୍ଲା ଜଜ୍ ପାଇଁ ହୋଇଥିବା ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ । ପରୀକ୍ଷା ଦେବାର ସାତ ବର୍ଷ ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର ଏବଂ ଆର.କେ ପଟ୍ଟନାୟକଙ୍କ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

୨୦୧୬ ମସିହାରେ ହାଇକୋର୍ଟଙ୍କ ଦ୍ୱାରା ଅତିରିକ୍ତ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା କରାଯାଇଥିଲା । ଯାହା ପ୍ରତ୍ୟକ୍ଷ ଭାବେ ‘ବାର୍’ ରୁ ନିଯୁକ୍ତି କରାଯିବାର ବ୍ୟବସ୍ଥା ଥିଲା । ଅମିତାଭ ତ୍ରିପାଠୀ ନାମକ ପରୀକ୍ଷାର୍ଥୀ ପ୍ରକାଶ ପାଇଥିବା ଫଳ ସହିତ ସନ୍ତୁଷ୍ଟ ନଥିଲେ ।

୨୦୧୭ ଅକ୍ଟୋବର ମାସରେ ତାଙ୍କୁ ଉତ୍ତର ଖାତାର ନକଲ ମିଳିଥିଲା । ଯାହାକୁ ନେଇ ସେ ୨୦୧୮ ଫେବୃଆରୀ ମାସରେ ପୁନଃ ଗଣନା ଓ ପୁନଃ ମୂଲ୍ୟାୟନ ପାଇଁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ।

ଯାହା ପରୀକ୍ଷାର ସାତ ବର୍ଷ ପରେ ହାଇକୋର୍ଟ ଦୁଇଟି ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ପରୀକ୍ଷା ରେଜିଷ୍ଟ୍ରାର୍ କୌଣସି ଜଣେ ଆଇନ୍ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରୁପ୍-ଡି ର ପ୍ରଶ୍ନ ନଂ-୧ ଏବଂ ପ୍ରଶ୍ନ-୩ ର ପୁନଃ ମୂଲ୍ୟାୟନ କରିବାକୁ ଶୁଣାଣି କରୁଥିବା ଖଣ୍ଡପୀଠ ରାୟ ଦେଇଛନ୍ତି ।

ଏହା ଆସନ୍ତା ୧୮ ତାରିଖ ସୁଦ୍ଧା ମୂଲ୍ୟାୟନ ହୋଇ ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଅମିତାଭଙ୍କୁ ଏହି ଦୁଇଟି ପ୍ରଶ୍ନରେ ପ୍ରତ୍ୟେକ ୦.୫ ଲେଖାଏଁ ମାର୍କ ପାଇଛନ୍ତି ।

ଏଭଳି ବିରଳ ମାମଲାରେ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ପାଇଁ ସମ୍ବିଧାନର ଅନୁଚ୍ଛେଦ-୨୨୬ ରେ ନିୟମ ରହିଛି ବୋଲି ଗଠିତ ଖଣ୍ଡପୀଠ ସୂଚାଇଛନ୍ତି ।

Leave A Reply

Your email address will not be published.