Latest Odisha News

ବିପୁଳ ପରିମାଣର ଗଞ୍ଜେଇ ଜବତ;୭ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ରବିବାର ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ୧୪ କୁଣ୍ଟାାଲ ୫୦ କେଜି ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ । ଏହି ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି । ଏନେଇ ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ବାମଣ୍ଡା ନିକଟରେ ଏକ କାରକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା ଓ ଗାଡିରୁ ୫୦ କିଲୋ ଗଞ୍ଜେଇ ଜବତ କରିଥିଲା । ଏଥିସହ ବାଣପୁରର ଭକ୍ତିପ୍ରସାଦ ଦାଶଙ୍କୁ ଗିରଫ କରିଥିଲା ।

ସେହିପରି ବଘିଆପଡା- ଲାଣ୍ଡିବନ୍ଧ ରାସ୍ତାର ପନ୍ଥେଇ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ଜମା କରି ରଖାଯାଇଥିଲା । ବୌଦ୍ଧ ପୋଲିସ ଚଢାଉ କରି ୧୪ କୁଣ୍ଟାାଲ ଗଞ୍ଜେଇ ଜବତ କରିଥିଲା । ଏଥିସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave A Reply

Your email address will not be published.