Latest Odisha News

BREAKING NEWS

ଆଜି କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିବେ । ପୂର୍ବରୁ କଟକର ଏସସିବି ସମେତ ୩ଟି କୋଭିଡ୍ ହସପିଟାଲରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ କରାଯାଇସାରିଛି ।

ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବା ଫଳରେ ହସପିଟାଲରେ ଏଣିକି ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବା ନେଇ ବ୍ୟବସ୍ଥା ହେବ । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀ ପ୍ଲାଜମା ଦାନ କରିବେ । ଏବଂ ସେହି ପ୍ଲାଜମାକୁ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଉପଯୋଗ କରାଯିବ । ଆଗକୁ ବ୍ରହ୍ମପୁରର ଏମକେସିଜି ସମେତ ଅନ୍ୟ ୪ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଲାଗି ସରକାର ଯୋଜନା କରିଛନ୍ତି ।

Leave A Reply

Your email address will not be published.